ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗ ବୋର୍ଡର ସଭାପତି ପଦରୁ ସଂଗ୍ରାମ କେଶରୀ ପାଇକରାୟଙ୍କ ଇସ୍ତଫା

ଭୁବନେଶ୍ୱର: ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗ ବୋର୍ଡର ସଭାପତି ପଦରୁ ରବିବାର ସଂଗ୍ରାମ କେଶରୀ ପାଇକରାୟ ଇସ୍ତଫା ଦେଇଛନ୍ତି । ସେ ପ୍ରଥମେ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗରେ ୩୧ ଆଗଷ୍ଟ ୨୦୧୯ ରୁ ୫ ଜୁନ ୨୦୨୨ ପର୍ଯ୍ୟନ୍ତ ଇନଚାର୍ଜ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୧ ଅକ୍ଟୋବର ୨୦୨୨ରୁ ୮ ଜୁନ ୨୦୨୪ ପର୍ଯ୍ୟନ୍ତ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ତାଙ୍କ ସମୟରେ ଖଦି ବୋର୍ଡର ଅନେକ ଜବରଦଖଲ ହୋଇଥିବା ସ୍ଥାନଗୁଡିକୁ ଜବରଦଖଲ ମୁକ୍ତ କରାଯାଇଥିଲା । ଏଥିସହ ୩ ହଜାରରୁ ଅଧିକ ଯୁବପିଢିଙ୍କୁ ଗ୍ରାମ୍ୟ ଉଦ୍ୟୋଗ ମାଧ୍ୟମରେ ଋଣ ପ୍ରଦାନ କରିବାରେ ସହାୟତା ପ୍ରଦାନ କରାଯିବା ସହ ମହୁଚାଷୀଙ୍କ ଲାଗି ମହୁ ବାକ୍ସ, ମହୁ ମାଛି ଦଳ ତଥା ଆନୁସଙ୍ଗିକ ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କର ସରକାର ଥିବା ସମୟରେ ୨ ଥର ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗର ଦାୟିତ୍ୱ ତୁଲାଇଥିଲେ । ସେ ତାଙ୍କର ଇସ୍ତଫା ପତ୍ର ଆଇଏମଏସଏମଇ ବିଭାଗ ନିକଟକୁ ପଠାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *