ଆର୍ମି ମେଡିକାଲ କର୍ପସ୍‌ର ଲେଫ୍ଟନାଣ୍ଟ ଜେ‌ନେରାଲ ଡାକ୍ତର ଶରତ ଚନ୍ଦ୍ର ଦାସଙ୍କୁ ଉଲ୍ଲେଖନୀୟ ସେବା ପାଇଁ ମର୍ଯ୍ୟାଦାଜନକ ଅତି ବିଶିଷ୍ଟ ସେବା ପଦକ

ନୂଆଦିଲ୍ଲୀ: ଆର୍ମି ମେଡିକାଲ କର୍ପସ୍‌ର ଲେଫ୍ଟନାଣ୍ଟ ଜେ‌ନେରାଲ ଡାକ୍ତର ଶରତ ଚନ୍ଦ୍ର ଦାସଙ୍କୁ ଉଲ୍ଲେଖନୀୟ ସେବା ପାଇଁ ମର୍ଯ୍ୟାଦାଜନକ ଅତି ବିଶିଷ୍ଟ ସେବା ପଦକ (ଏଭିଏସ୍‌ଏମ୍‌)ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି। ଗତକାଲି ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ଦ୍ବିତୀୟ ପର୍ଯ୍ୟାୟ ପ୍ରତିରକ୍ଷା ବିନିଯୋଗ ସମାରୋହରେ ଲେଫ୍ଟନାଣ୍ଟ ଜେନେରାଲ ଡ. ଦାସଙ୍କ ସମେତ ୫୮ ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଛି। ଏମାନଙ୍କ ବାଦ୍‌ ସମାରୋହରେ ୩୨ ଜଣଙ୍କୁ ପରମ ବିଶିଷ୍ଟ ସେବା ପଦକ (ପିଭିଏସ୍‌ଏମ୍‌), ୪ ଜଣଙ୍କୁ ଉତ୍ତମ ଯୁଦ୍ଧସେବା ପଦକ ଓ ୨ ଜଣଙ୍କୁ ବାର୍ ଅତି ବିଶିଷ୍ଟ ସେବା ପଦକରେ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି।

ନୟାଗଡ଼ ଜିଲ୍ଲା ରାଜରଣପୁରଗଡ଼ର ବାସିନ୍ଦା ହେଉଛନ୍ତି ଡା. ଶରତ ଚନ୍ଦ୍ର ଦାଶ। ଭାରତୀୟ ସ୍ଥଳ ସେନାରେ ଦୀର୍ଘକାଳ ଧରି ସେବା ଯୋଗାଇ ଆସିଛନ୍ତି। ନିକଟରେ ସେ ଅବସର ଗ୍ରହଣ କରିଛନ୍ତି। କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜର ଛାତ୍ର ଡା. ଦାଶ ନୂଆଦିଲ୍ଲୀସ୍ଥିତ ଏମ୍‌ସରୁ ୟୁରୋଲୋଜିରେ ଉଚ୍ଚଶିକ୍ଷା‌ କରିଛନ୍ତି। ଆମେରିକାରୁ ରୋବୋଟିକ୍ ୟୁରୋସର୍ଜରି ତାଲିମ୍ ନେଇଛନ୍ତି। ପୂର୍ବରୁ କାରଗିଲ୍ ଯୁଦ୍ଧରେ ସେବା କାର୍ଯ୍ୟ ପାଇଁ ତାଙ୍କୁ ଯୁଦ୍ଧ ସେବା ମେଡାଲ ପ୍ରଦାନ କରାଯାଇଥିଲା। ଗତକାଲି ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ପ୍ରତିରକ୍ଷା ବିନିଯୋଗ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼୍‌, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *