ସିକନ୍ଦରାବାଦ ଓ ବିଶାଖାପାଟଣାକୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ; ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ସିକନ୍ଦରାବାଦ ଓ ବିଶାଖାପାଟଣାକୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିକନ୍ଦରାବାଦ ଓ ବିଶାଖାପାଟଣାକୁ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଛନ୍ତି । ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ଭାରତର ପ୍ରତୀକ । ଯାହା ପ୍ରତ୍ୟେକଟି ନାଗରିକଙ୍କୁ ଉତ୍ତମ ସେବା ଯୋଗାଇଥାଏ । ଏହା ଆମକୁ ଆତ୍ମନିର୍ଭରଶୀଳ ଆଡ଼କୁ ଆହୁରି ନେବାକୁ ସାହାଯ୍ୟ କରିଥାଏ । ୨୦୨୩ ବା ନୂଆ ବର୍ଷରେ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଥମ ଥର ପାଇଁ ଗଡ଼ିଛି । କିନ୍ତୁ ୧୫ ଦିନ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଏହା ଦ୍ୱିତୀୟ ଉଦଘାଟନ । ଏହି କାର୍ଯ୍ୟ ଆମକୁ କହୁଛିଯେ, ଆମେମାନେ କେତେ ଦ୍ରୁତ ଗାତିରେ ଆଗକୁ ବଢ଼ୁଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ ଆହୁରି କହିଛନ୍ତି, ଯେତେବେଳେ ସଂଯୋଗ ଓ ଭିତ୍ତିଭୂମି ଏକାଠି ହୁଏ ତାହା ସ୍ୱପ୍ନ ଓ ବାସ୍ତବତାକୁ ଏକାଠି ଯୋଡ଼ିଥାଏ । ପ୍ରତିଭାକୁ ସଠିକ୍‌ ଦିଗରେ ନେଲେ ତାହା ସଫଳତା ଦେଇଥାଏ । ପ୍ରତ୍ୟେକ ସଫଳ ସଂଯୋଗୀ କରଣ ସଫଳତା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜିଠୁ ସିକନ୍ଦରାବାଦ ଓ ବିଶାଖାପାଟଣାକୁ ଗଡ଼ିଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ରେଳବାଇ ମଧ୍ୟ ତାର ସୂଚନା ରଖିଛି । ଟ୍ରେନର ସକ୍ଷମତାକୁ ନେଇ ବିବରଣୀ ଦେଇଛି ରେଳ ବିଭାଗ । ତାହା ସହ ଏହି ଟ୍ରେନ୍‌ ସିକନ୍ଦରାବାଦ ଓ ବିଶାଖାପାଟଣାକୁ ଯାତାୟାତ କରିବାକୁ ୮ ଘଣ୍ଟା ସମୟ ଲାଗିବ ବୋଲି କୁହାଯାଇଛି । ଏହା ଭାରତର ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ ବୋଲି କହିଛି ରେଳବାଇ । ଏଥି ସହିତ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ତେଲୁଗୁ ଭାଷାଭାଷୀ ରାଜ୍ୟକୁ ସଂଯୋଗ କରୁଥିବା ଏହା ହେଉଛି ପ୍ରଥମ ଟ୍ରେନ୍ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *