- ବ୍ରହ୍ମପୁରରେ ସ୍ବାମୀଙ୍କ ସହ ରହିବା ଦାବିରେ ତପସ୍ବିନୀଙ୍କ ଧାରଣା ମାମଲାରେ ବ୍ରହ୍ମପୁର SDJM କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଆସିକା ଥାନା ଅଧିକାରୀଙ୍କ ତତ୍ତ୍ବାବଧାନରେ ୭ ଦିନ ଏକାଠି ରହିବେ ତପସ୍ବିନୀ ଓ ସ୍ବାମୀ ସୁମିତ । କୌଣସି ତୃତୀୟ ବ୍ୟକ୍ତି ଭେଟିବା ମନା, ୭ ଦିନ ପରେ ପୁଣି କୋର୍ଟରେ ମାମଲାର ଶୁଣାଣି ହେବ
- ସମ୍ଭାବ୍ୟ ବାତ୍ୟା ଜୱାଦ ଦୃଷ୍ଟିରୁ କୋରାପୁଟ ଜିଲ୍ଲାର ସବୁ ସରକାରୀ ଅଫିସରଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ । କାଲିଠୁ ୫ ଯାଏ ବିନା ଅନୁମତିରେ ସଦର ମହକୁମା ନଛାଡ଼ିବାକୁ ନିର୍ଦେଶ । ବାତ୍ୟା ମୁକାବିଲା ନେଇ ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ବୈଠକ