- ଲିଙ୍ଗ ନିରୂପଣ ଚାଲିଥିବା ଅଭିଯୋଗରେ , କଟକ ମଙ୍ଗଳାବାଗ କାଠଗୋଲାର ଏକ ଲାବୋରେଟୋରିକୁ ସିଲ୍ କଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ | ଲିଙ୍ଗ ନିରୂପଣରେ ବ୍ୟବହୃତ ଯନ୍ତ୍ରାଂଶ ଜବତ , ଲ୍ୟାବ୍ କର୍ତ୍ତୃପକ୍ଷ ସ୍ୱୀକାର କରିଥିବା କହିଛି ପୁଲିସ୍ | ଦୀର୍ଘଦିନ ଧରି ଲ୍ୟାବ୍ରେ ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ |
- ଆଜିଠୁ ଜାନୁଆରି ୨୫ ଯାଏ ବନ୍ଦ ରହିବ ଓଡ଼ିଶା ମାନବାଧିକାର ଆୟୋଗ | ଆୟୋଗର କିଛି ଅଧିକାରୀ ଓ କର୍ମଚାରୀ କୋଭିଡ ପଜିଟିଭ୍ ହେବା ପରେ ନିଷ୍ପତ୍ତି | କେବଳ ଅତି ଜରୁରୀ ମାମଲାଗୁଡ଼ିକର ବିଚାର ହେବ, ଆବେଦକମାନେ ohrc@nic.in ଠିକଣାରେ ଇମେଲ କରିପାରିବେ , ୯୪୩୭୦-୯୨୬୩୨ ମୋବାଇଲ୍ ନମ୍ବରକୁ ମଧ୍ୟ ଯୋଗାଯୋଗ କରିହେବ |