ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ, ଯୋଗଦେବେ ୭ଶହରୁ ଉର୍ଦ୍ଧ କଳାକାର
ଭୁବନେଶ୍ଵର: ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁଃର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ତା ୦୫.୦୪.୨୦୨୫ ଠାରୁ ୧୦.୦୪, ୨୦୨୫ ରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି ଚାଲିବ। ଏଥରେ ପ୍ରାୟ ୭ ଶହରୁ ଉର୍ଦ୍ଧ କଳାକାର ଯୋଗଦେବେ | ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ପବିତ୍ର ରଥଯାତ୍ରା ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଅନୁଷ୍ଠାନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଓ ବରିଷ୍ଠ ସାମ୍ବାଦିକ ସନତ୍ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ଅଧିକ ସଂଖ୍ୟାରେ ପଡ଼ୋଶୀ ରାଜ୍ୟରୁ ତଥା ଓଡ଼ିଶାର କଳାକାର ମାନେ ନୃତ୍ୟ ପରିବେଷଣ କରିବେ। ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡା ଓ ତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓଡ଼ିଶା କଳାବିକାଶ କେନ୍ଦ୍ରର ସୁନାମ ଧନ୍ୟ କଳାକାରମାନଙ୍କ ସହିତ, ବିଣାପାଣି କଳା ନିକେତନ ନୃତ୍ୟ ପରିବେଷଣ କରିବେ। ସେହିପରି ବିଶାଖାପାଟଣାର ଭାରତନାଟ୍ୟମ୍, ହାଇଦ୍ରାବାଦର ଓଡ଼ିଶୀ ଏବଂ ଫ୍ୟୁଜନ, ବର୍ଷମାନର ଓଡ଼ିଶୀ ଶୋଲ, କୋଲକତାର କଥକ ଡ୍ୟାନ୍ସ, ରାୟପୁରର ନୃତ୍ୟ ଶ୍ରୀଧାରା, ଚୌଦ୍ଵାରର ପଦ୍ମଶ୍ରୀ ଗୁରୁ ଉଚ୍ଛବ ଦାସଙ୍କର ବିଶ୍ଵ ପ୍ରସିଦ୍ଧ ଘୋଡ଼ାନାଚ, ରାୟଗଡ଼ାର ଥେସା ଟ୍ରାଇବଲ ଡ୍ୟାନ୍ସ, ବିଳାସପୁରର କ୍ରିଏଟିଭ୍, ଗଜପତିର ମାହାରିଗ୍ରୁପ୍ର ପଲ୍ଲିନୃତ୍ୟ, ଆଠଗଡ଼ର ଫୋକ୍ ଡ୍ୟାନ୍ସ, ଓଡ଼ିଶାର ୩୬ ଗ୍ରୁପ୍ ସୁନାମଧନ୍ୟ କଳାକର ମାନେ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, କୋଷାଧକ୍ଷ ରତିକାନ୍ତ ମହାସୁଆର, କେଦାରନାଥ ମହାପାତ୍ର, ବାବନ ଚନ୍ଦ୍ର ମହାପାତ୍ର, ଶ୍ରୀବତ୍ସ ପତି, ଲଲାଟେନ୍ଦୁ ମହାନ୍ତି, ପ୍ରମୋଦ କୁମାର ଦାସ, ବିଶ୍ଵନାଥ ମହାପାତ୍ର, ଗଣେଶ ପାଲ, ଦେବାଶିଷ ଦାସ, ପ୍ରମୁଖ ଉପସ୍ଥିତ ଥିଲେ।