ସ୍ବସ୍ତି ପ୍ରିମିୟମ୍‌ରେ ରାଜସ୍ଥାନୀ ଖାଦ୍ୟ ମହୋତ୍ସବ ; ମେ’ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର : ରାଜଧାନୀର ତାରକା ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି ରାଜସ୍ଥାନୀ ଖାଦ୍ୟ ମହୋତ୍ସବ । ମେ’ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଫେଷ୍ଟିଭାଲ୍‌ରେ ଭଳିକି ଭଳି ସୁଆଦିଆ ରାଜସ୍ଥାନୀ ଖାଦ୍ୟର ସମ୍ଭାର ହୋଇଛି। ପ୍ରତିଦିନ ରାତ୍ରିଭୋଜନରେ ଖାଦ୍ୟପ୍ରେମୀମାନେ ଏହି ଖାଦ୍ୟ ମେଳାରେ ରାଜସ୍ଥାନର ଲୋକପ୍ରିୟ ଖାଦ୍ୟର ସ୍ବାଦ ନେଇ ପାରିବେ। ଲାଲ୍‌ ମାସ୍‌, ‌ସଫେଦ୍‌ ମାସ୍‌, ମୁର୍ଗ ସାଗ୍‌ୱାଲା, ରାଜସ୍ଥାନୀ ପକୋଡ଼ା ତରକାରୀ, କଚ୍‌ରି ଗୱାର୍‌ ଫଲି କି ସବ୍‌ଜି, ଡାଲ୍‌ ବାଟି ଚୁର୍‌ମା, ଫୁଲ୍‌କା, ବାଜ୍‌ରେ କା ରୋଟି ଓ ହରା ମଟର୍‌ କା ପରାଠା ଆଦି ବହୁ ବ୍ୟଞ୍ଜନ ସହ ଅନେକ ପାର୍ବଣ ଖାଦ୍ୟ ମଧ୍ୟ ଏଠାରେ ପକେଟକୁ ସୁହାଇଲା ଭଳି ଦାମ୍‌ରେ ଉପଲବ୍ଧ ରହିଛି।

ସ୍ବସ୍ତି ପ୍ରିମିୟମ୍‌ର କାର୍ଯ୍ୟନିର୍ବାହୀ ସେଫ୍‌ ପ୍ରଶାନ୍ତ ସି’ଙ୍କ ସହ ତାଙ୍କର ସହଯୋଗୀମାନେ ସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଏହି ସ୍ବାଦିଷ୍ଟ ଖାଦ୍ୟ ଗ୍ରାହକମାନଙ୍କୁ ଯୋଗାଇ ଦେଉଛନ୍ତି। ଶ୍ରୀ ସି କହିଛନ୍ତି ଯେ ରାଜସ୍ଥାନୀ ଫୁଡ୍‌ ପ୍ରସ୍ତୁତ ଲାଗି ସେଫ୍‌ମାନଙ୍କୁ ସ୍ବତନ୍ତ୍ର ତାଲିମ ମିଳିଛି। ସେମାନେ ୧୦ରୁ ୧୨ ଦିନ ରାଜସ୍ଥାନ ଗସ୍ତରେ ଯାଇ ସେଠାକାର ଖାଦ୍ୟ ପ୍ରସ୍ତୁତିକୁ ଦେଖିବା ସହ ନିଜେ ପ୍ରସ୍ତୁତ କରିଥିଲେ। ଗ୍ରାହକଙ୍କୁ ସୁସ୍ବାଦୁ ଖାଦ୍ୟ ଯୋଗାଇ ଦେବାକୁ ଆମେ ସର୍ବଦା ପ୍ରସ୍ତୁତ ରହିଛୁ। ସ୍ବସ୍ତି ପ୍ରିମିୟମ୍‌ର ଖାଦ୍ୟ ସାଙ୍ଗକୁ ଏହା ପରିସରରେ ଥିବା ରେସ୍ତୋରାଁ ‘ଗୋର୍‌ମେଟ୍‌’ ଗ୍ରାହକଙ୍କ ମନ ଜିଣିବାରେ ସକ୍ଷମ ହେବ। କାରଣ ଏହି ରେସ୍ତୋରାଁର ଗଠନଶୈଳୀ ବି ଖୁବ୍‌ ନିଆରା। କାଚ, କାଠ ଓ ପଥରରେ ନିର୍ମିତ ଏହି ରେସ୍ତୋରାଁର ଆର୍କିଟେକ୍‌ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଟାଣିବାରେ ସକ୍ଷମ ହେବ ବୋଲି ହୋଟେଲର ମହାପ୍ରବନ୍ଧକ ସୁମିତ୍‌ ଦାଶଗୁପ୍ତା, ଫୁଡ୍‌ ଆଣ୍ଡ ବେଭରେଜ୍‌ ମ୍ୟାନେଜର ହରିଓମ୍‌ ସିଂ ପ୍ରମୁଖ କହିଛନ୍ତି।

Leave a Reply

Your email address will not be published. Required fields are marked *