ପ୍ରଶାନ୍ତି ଚାରିଟେବଲ ଟ୍ରଷ୍ଟ ଓ ଅସ୍ତିତ୍ୱ ପକ୍ଷରୁ ବିଶ୍ଵ ରେଡ଼ିଓ ଦିବସ ପାଳିତ

ଭୁବନେଶ୍ୱର : ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଓଡିଶାର ଦୁଇ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପ୍ରଶାନ୍ତି ଚାରିଟେବଲ ଟ୍ରଷ୍ଟ ଓ ଅସ୍ତିତ୍ୱ ର ମିଳିତ ଆନୁକୂଲ୍ୟରେ ବିଶ୍ଵ ରେଡ଼ିଓ ଦିବସ 2023 ପାଳିତ ହୋଇଯାଇଅଛି | ଏହି କାର୍ଯ୍ୟକ୍ରମ ରେ ଓଡିଶା ଭାଷା, ସ୍ଵାକ୍ଷର ଓ ସଂସ୍କୃତି ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ, ଢେଙ୍କାନାଳ ସ୍ଥିତ IIMC ର ନିର୍ଦେଶକ ଡ ମୃଣାଳ ଚାଟାର୍ଜୀ ଏବଂ ବିଗତ ଦଶନ୍ଧିରୁ ରେଡ଼ିଓ ପାଇଁ ଅନେକ ଗୁଡିଏ ସଫଳ କାର୍ଯ୍ୟକ୍ରମ କରିଥିବା ଶ୍ରୀଯୁକ୍ତ ପ୍ରଦୀପ ମହାନ୍ତି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ | ଗ୍ରାମୀଣ, ସହର, ଧନୀ ଦରିଦ୍ର, ଶିକ୍ଷିତ ଅଶିକ୍ଷିତ ତଥା ଆବାଳବୃଦ୍ଧ ବନିତାଙ୍କ ଦୈନନ୍ଦିନ ଜୀବନ ବିଶେଷ କରି ଆମ ରାଜ୍ୟରେ ବିପତ୍ତି ସମୟରେ ରେଡ଼ିଓର ମହାନ ଭୂମିକା ବିଷୟରେ ସମ୍ମାନିତ ଅତିଥିମାନେ ସେମାନଙ୍କ ଭାଷଣରେ ଆଲୋକପାତ କରିଥିଲେ ଏବଂ ରେଡ଼ିଓର ଏକ ଅକ୍ଷୁର୍ଣ, ଅଲିଭା ସ୍ଥିତି ଏବଂ ଆବଶ୍ୟକତା ବିଷୟରେ ଯୁବପିଢ଼ି ମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଥିଲେ |

ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ଓ ଅସ୍ତିତ୍ବ ଦୁଇ ଅନୁଷ୍ଠାନ ତରଫରୁ ରେଡ଼ିଓ ସହିତ ଫଟୋ ଏବଂ ଗୋଟିଏ ରେଡ଼ିଓ ଉପରେ ଆଧାରିତ ବାର୍ତ୍ତା ପାଇଁ ଏକ ପ୍ରତିଯୋଗିତା କରାଯାଇଥିଲା | ଏହି ପ୍ରତିଯୋଗିତା ତିନୋଟି ବିଭାଗ ଯଥା କୁନିପିଲା, ଯୁବ ବା ପ୍ରୋଢ଼ ମାନଙ୍କ ଭିତରେ ଏବଂ ବୃଦ୍ଧ ବୃଦ୍ଧା ଙ୍କୁ ନେଇ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା | କାର୍ଯ୍ୟକ୍ରମଟିରେ ଭୁବନେଶ୍ୱର ବ୍ୟତୀତ ଓଡ଼ିଶାର ବିଭିନ୍ନ ଅଂଚଳ ତଥା ଓଡିଶା ବାହାରରୁ ମଧ୍ୟ୍ୟ ବହୁସଂଖ୍ୟା ରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ | ଅତିଥି ମାନଙ୍କର ତଥା ଅଂଶଗ୍ରହଣ କାରୀ ମାନଙ୍କ ର ସହଯୋଗ ପାଇଁ ଦୁଇ ଅନୁଷ୍ଠାନର କର୍ମକର୍ତ୍ତା ଶ୍ରୀମତୀ ତପସ୍ୱିନୀ ପଣ୍ଡା ଓ ଡ ମମତା ଦାଶ ସମସ୍ତଙ୍କୁ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ |

Leave a Reply

Your email address will not be published. Required fields are marked *