ସାମାଜିକ ଅନୁଷ୍ଠାନ ମଦର ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ମଦର ପକ୍ଷରୁ ୭୮ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଅଛି | ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ନାବାର୍ଡର ବିତ୍ତିୟ ସ୍ଵାକ୍ଷରତା କାର୍ଯ୍ୟକ୍ରମ ‘ମନିୱାଇଜ’ର କାର୍ଯ୍ୟକାରୀ ସହଯୋଗୀ ଭାବେ କାର୍ଯ୍ୟ କରୁଥିବା ମଦର ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟଠାରେ ସ୍ୱାଧୀନତା ଦିବସ ଉତ୍ସବ ପାଳନ କରାଯାଇଥିଲା | ତା ସହ ଓଡିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଥିବା ୨୪ ଗୋଟି ବିତ୍ତିୟ ସ୍ଵାକ୍ଷରତା କେନ୍ଦ୍ର ଠାରେ ମଧ୍ୟ ମଦର ଅନୁଷ୍ଠାନର କର୍ମଚାରୀ ମାନେ ସ୍ୱାଧୀନତା ଦିବସ ଉତ୍ସବ ପାଳନ କରିଛନ୍ତି | ବିତ୍ତିୟ ସ୍ଵାକ୍ଷରତା କେନ୍ଦ୍ର ଦାୟିତ୍ୱରେ ଥିବା କୋ-ଅର୍ଡିନେଟର ଏବଂ କାଉନସେଲର ମାନେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତୀୟ ସଂଗୀତ ଗାନ କରିଥିଲେ ଏବଂ ଉପସ୍ଥିତ ବ୍ୟକ୍ତିମାନଙ୍କୁ ଆର୍ଥିକ ସ୍ୱାଧୀନତା ତଥା ସୁରକ୍ଷା ବିଷୟରେ ଅବଗତ କରାଇଥିଲେ | ମଦର ମୁଖ୍ୟ କାର୍ଯ୍ୟାଳୟ ଠାରେ ହୋଇଥିବା ଉତ୍ସବରେ ଏହାର ମୁଖ୍ୟ ପରିଚାଳକ ପ୍ରମୋଦ ଦାସ ମଦରର ସମସ୍ତ କର୍ମଚାରୀ ମାନଙ୍କୁ ଉଦବୋଧନ ଦେବା ସହ ଆଜିର ଦିନରେ ଆର୍ଥିକ ସ୍ୱାଧୀନତା ତଥା ସୁରକ୍ଷାର ଗୁରୁତ୍ୱ କଣ ରହିଛି ତାହା ଉପରେ ଆଲୋକପାତ କରିଥିଲେ | ଏହି ଅବସରରେ ସେ କହିଥିଲେ କି, ରାଜନୈତିକ ଓ ସାମାଜିକ ସ୍ୱାଧୀନତା ସହ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା, ସ୍ୱାଧୀନତା ଓ ସୁରକ୍ଷା ଆଜିର ଦିନରେ ବେଶ ପ୍ରାସଙ୍ଗିକ ହୋଇ ଉଠିଛି | ଆମ ରାଷ୍ଟ୍ରରେ ବସବାସ କରୁଥିବା ପ୍ରତ୍ୟେକ ନାଗରିକ ଯେଉଁଦିନ ଅର୍ଥ ଉପାର୍ଜନ ପାଇଁ ଜୀବିକା କ୍ଷେତ୍ରରେ ସମାନ ସୁବିଧା ସୁଯୋଗ ପାଇବ ଏବଂ ଅର୍ଥ ପରିଚାଳନା କ୍ଷେତ୍ରରେ ସଠିକ ସଚେତନତା ଅବଲମ୍ବନ କରିପାରିବ ସେଇ ଦିନ ଏକ ସୁସ୍ଥ ଗଣତନ୍ତ୍ରର ମୁଳୁଦୁଆ ମଜବୁତ ହୋଇପାରିବ |

ଦେଶରେ ଆର୍ଥିକ ସ୍ଵାକ୍ଷରତା ପାଇଁ ହାତକୁ ନିଆଯାଇଥିବା ବିତ୍ତିୟ ସ୍ଵାକ୍ଷରତା କାର୍ଯ୍ୟକ୍ରମ ‘ମନିୱାଇଜ’ କୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ମଦର ଅନୁଷ୍ଠାନକୁ ଦାୟିତ୍ୱ ଦେଇଥିବାରୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ, ନାବାର୍ଡ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ପରି ଅନୁଷ୍ଠାନମାନଙ୍କୁ ମଦର ପକ୍ଷରୁ ଜୋନାଲ କୋ-ଅର୍ଡିନେଟର ପ୍ରଶାନ୍ତ ରାଉତରାୟ ଧନ୍ୟବାଦ ଜ୍ଞାପନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ମଦର ଅନୁଷ୍ଠାନର ସମ୍ପାଦିକା ସସ୍ମିତା ଦାସ ଉପସ୍ଥିତ ଥିବା ବେଳେ ଜନସମ୍ପର୍କ ଅଧିକାରୀ ମିଲନ କୁମାର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ |

Leave a Reply

Your email address will not be published. Required fields are marked *