ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ସହ ରତ୍ନ ତାଲିକା ଜାରି କରିବାକୁ ଦାବି କଲା ଓଡ଼ିଆ ଅସ୍ମିତା ଜାଗରଣ ଅଭିଯାନ
ଭୁବନେଶ୍ଵର : ଗତ ଜୁଲାଇ ୧୬ ତାରିଖରେ ଓଡ଼ିଶାର କୋଣ ଅନୁକୋଣରୁ ଅନେକ ବୁଦ୍ଧିଜୀବୀ, ସଚେତନଶୀଳ ଓଡ଼ିଆମାନେ ବିଶେଷକରି ଯେଉଁମାନେ ସାମାଜିକ ଗଣମାଧ୍ୟମରେ ସକ୍ରିୟ, ସେମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ରାଜ୍ୟର ସାମଗ୍ରିକ ସ୍ଥିତି ଓ ବୌଦ୍ଧିକ ଜଗତର କର୍ତ୍ତବ୍ୟ ଶୀର୍ଷକ ଆଲୋଚନାରୁ ଅନୁଭୂତ ହୋଇଥିଲା ଏକ ସଂଗଠିତ ଅଭିଯାନର ଆବଶ୍ୟକ । ଅତଏବ ଏହି ସମ୍ମିଳନୀରୁ ଜନ୍ମଲାଭ କଲା ‘ଓଡ଼ିଆ ଅସ୍ମିତା ଜାଗରଣ ଅଭିଯାନ’ ଏବଂ ଏହାର ପ୍ରଥମ କାର୍ଯ୍ୟସୂଚୀରେ ଏ ଜାତିର, ବିଶ୍ଵର କୋଟି କୋଟି ଶଙ୍ଖକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର କେଉଁ ଅନାଦି ଅନନ୍ତ କାଳରୁ କେବଳ ଓଡ଼ିଶା ବା ଭାରତ ନୁହେଁ, ଅଧୂକନ୍ତୁ ସମଗ୍ର ବିଶ୍ଵର ଜନଜୀବନରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ସୁପରିଚିତ । ଏହା ବିଷ୍ଣୁ କ୍ଷେତ୍ର ଭାବରେ କଳିଯୁଗରେ ପ୍ରତିଷ୍ଠା ପାଇଥିଲେ ମଧ୍ୟ ବିଶ୍ଵର କୋଣ ଅନୁକୋଣରୁ ବିଭିନ୍ନ ଧର୍ମର ବ୍ୟକ୍ତିବିଶେଷ ଏଠାରେ ଏକତ୍ରିତ ହୋଇ ସେମାନଙ୍କର ଆରାଧ୍ୟଙ୍କୁ ଉପାସନା କରି ଆସୁଛନ୍ତି । ଅତଏବ ଏହା ଏକ ବିଶ୍ଵବନ୍ଦିତ ଆଧ୍ୟାତ୍ମିକ କେନ୍ଦ୍ର, କୌଣସି ସମୟରେ ପର୍ଯ୍ୟଟନସୁଳ ନୁହେଁ, ଶ୍ରୀମନ୍ଦିରର ଯେକୌଣସି ପ୍ରସ୍ତର ଖଣ୍ଡକୁ ଅନୁଧ୍ୟାନ କଲେ ତାହାର ପୃଷ୍ଠଭୂମିରେ କୌଣସି ନା କୌଣସି ଇତିହାସ, ଦର୍ଶନ ତଥା କିମ୍ବଦନ୍ତୀ ରହିଛି । ଏତାଦୃଶ ଆଧାରରେ ଶ୍ରୀମନ୍ଦିରରେ
ଦଶଦ୍ଵାରକୁ ଆଲୋଚନା କଲେ ବହୁ ନିଗୂଢ ତତ୍ତ୍ଵ ତନ୍ମଧ୍ୟରେ ରହିଥିବା ସମ୍ପର୍କରେ ଅନେକ ଗବେଷକ ମତ ଦେଇଛନ୍ତି । ଗତ ନବକଳେବର ସମୟରେ ନିଶାଦ୍ଧ ନୀତିକାନ୍ତ କିଭଳି ଦିନ ଦ୍ବିପ୍ରହରରେ ହେବା ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପ୍ରକଳ୍ପ ନିର୍ମାଣ ନାମରେ ମଠ ମନ୍ଦିର ଧ୍ବଂସ କରିବା, ସାଂସଦଙ୍କ ଭାଟିକାନ ସିଟି ପ୍ରସଙ୍ଗ ଠାରୁ ଭକ୍ତଙ୍କୁ ସେମାନଙ୍କ ଭଗବାନଙ୍କ ସହିତ ମିଳନ ମଧ୍ୟରେ ଅଦୃଶ୍ୟ ପ୍ରାଚୀର ସୃଷ୍ଟି କରିବା ଏବଂ ରହସ୍ୟମୟ ପୁରୁଷୋତ୍ତମଙ୍କ ରହସ୍ୟମୟ ରଭଣ୍ଡାରକୁ ଅଧିକରୁ ଅଧିକ ରହସ୍ୟମୟ କରାଇବା ପାଇଁ ସୁଆଙ୍ଗ ସମୂହ ସୃଷ୍ଟି ଜନିତ ଅଭାବନୀୟ ଘଟଣାକ୍ରମରେ ବିଶ୍ଵର କୋଟି କୋଟି ଭକ୍ତଙ୍କ ହୃଦୟକୁ କୁଠାରଘାତ କରିଛି । ଶ୍ରୀମନ୍ଦିରର ଗରିଦ୍ଵାରକୁ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଭାଗରେ କେଉଁ ଆବହମାନ କାଳରୁ ବିଭକ୍ତିକରଣ କରାଯାଇଛି । ସିଂହଦ୍ଵାର ଯେପରି ସତ୍ୟ ଓ ଧର୍ମର ପ୍ରତୀକ, ଠିକ ସେହିପରି ଦକ୍ଷିଣଦ୍ଵାରକୁ ଅର୍ଥଦାର ବା କାଞ୍ଚ ବିଜୟ ଦ୍ଵାର କହୁଯାଏ । ପୌରାଣିକ ତଥ୍ୟ ଆଧାରରେ ବିଭୀଷଣ ପ୍ରତ୍ୟହ ଏହି ଦ୍ଵାରରେ ଯାଇ ପ୍ରଭୁଙ୍କୁ ଦର୍ଶନ କରନ୍ତି । ଶ୍ରୀମନ୍ଦିରର ପଶ୍ଚିମଦାର, ଯାହାକୁ ଅର୍ଥ ଦ୍ଵାର ବା ବାଘଦ୍ବାର
ଭାବେ ଗ୍ରହଣ କରାଯାଇ, ଏହି ଦ୍ଵାର ଦେଇ ରାଧାମାଧବ ଦର୍ଶନ କରଯାଏ ଏବଂ ଶ୍ରୀମନ୍ଦିର ଉତ୍ତରଦ୍ଵାର ଅତି ଗୁରୁତ୍ବପୂଣ୍ଠ, ଯାହାକୁ ମୋକ୍ଷ ଦ୍ଵାର କୁହାଯାଏ । ଦେବତାମାନେ ଏହି ସମସ୍ତ ବିଷୟକୁ ଗର୍ଭାନୁଶୀଳନ ପୂର୍ବକ ଓଡ଼ିଆ ଅସ୍ମିତା ଜାଗରଣ ଅଭିଯାନ ସେହି ୧୬ ତାରିଖରେ ନଭବାର୍ତ୍ତାରେ ଜଣାଇବା ସହିତ ସର୍ବନିମ୍ନ ଦୁଇଟି ଦାବି ଉପସ୍ଥାପିତ କରିଥିଲା । ପ୍ରଥମ ଦାବି ଥିଲା ଶ୍ରୀମନ୍ଦିରର ଗରିଦ୍ଵାରକୁ ଭକ୍ତମାନଙ୍କ ପାଇଁ ଉନ୍ମୁକ୍ତ କରାଯାଉ ଏବଂ ଦ୍ଵିତୀୟ ଦାବିଟି ଥୁଲା ‘ରନ୍ ଭଣ୍ଡାର’ ଖୋଲାଯାଇ ବିଗତ ୪୫ ବର୍ଷ ପରେ ତାହାର ସ୍ଥିତିକୁ ଅନୁଧ୍ୟାନ କରାଯାଉ । ଓଡ଼ିଶାର ଜନସାଧାରଣଙ୍କୁ ଜଣାଇ ଦିଆଯାଉ ଯେ, ମହାପ୍ରଭୁଙ୍କ ୧୮୦ ପ୍ରକାରର ଅଳଙ୍କାର ସହିତ ହୀରା, ନୀଳା, ମୋତି, ମାଣିକ୍ୟ, ୧୨୮ ସୁନାମୋହର, ୨୪ ପ୍ରାଚୀନ ସୁନା ମୋହର, ୧୨୯୭ ରୂପା ମୋହର, ୧୦୭ ତମ୍ବାମୁଦ୍ରା ସମେତ ୧୩୩୩ ପ୍ରକାରର ଅମୂଲ୍ୟ ରନ୍ ସମ୍ପଦ ରହିଛି |
୧୮୦୫ ମସିହାରେ ପୁରୀର ପ୍ରଥମ ଜିଲ୍ଲାପାଳ ଗର୍ଲସ ଗ୍ରୋମସ୍ଙ୍କ ଦ୍ବାରା ଏହି ତାଲିକାଟି ନଥରେ ରହିଛି ଏବଂ ୧୯୬୦ ମସିହାରେ ଶ୍ରୀମନ୍ଦିର ପରିସ୍ଖଳନା ଦାୟିତ୍ଵ ରାଜ୍ୟ ସରକାର ନେବା ସମୟରେ ପ୍ରଦତ୍ତ ନଥରେ । ବିଗତ ଋରିଦିନ ମଧ୍ୟରେ ସରକାର ଆମମାନଙ୍କ ଦାବି ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ଅତଏବ ପୁନଃ ସରକାରଙ୍କ ନିକଟରେ ଦାବି ରଖୁବା ସହିତ ଘୋଷଣା କରୁଛୁ ଯେ, ଆଗାମୀ ଦଶଦିନ ମଧ୍ୟରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ, ଓଡ଼ିଆ ଅସ୍ମିତା ଜାଗରଣ ଅଭିଯାନ ଗଣତାନ୍ତ୍ରିକ ପଦ୍ଧତିରେ ଗଣଆନ୍ଦୋଳନକୁ ସମଗ୍ର ରାଜ୍ୟରେ ପରିସ୍ଖଳିତ କରିବା ସହିତ ଭକ୍ତଜନ ଜାଗରଣ ଅଭିଯାନକୁ ତ୍ବରାନ୍ବିତ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ଦାଶ ବେନହୁର, ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପ୍ରଦ୍ୟୁମ୍ନ ଶତପଥୀ, ପୂର୍ବ ପ୍ରଶାସକ ପଞ୍ଚାନନ ଦାସ, ଡଃ କୃଷ୍ଣଚନ୍ଦ୍ର ଆଇଚି, ଶ୍ରୀମତୀ ସଂଘମିତ୍ରା ରାଜଗୁରୁ, ଡଃ କୁଳମଣି ଶଢଙ୍ଗୀ, ସୀତାବଲ୍ଲବ ମହାପାତ୍ର ଓ ଜଗଦୀଶ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ସାମ୍ବାଦିକ ସମ୍ମିଳନୀକୁ ସଂଯୋଜକ ନାରାୟଣ ଓଝା, ମାନସ ରଞ୍ଜନ ମହାପାତ୍ର, ବରୁଣ ରାଜ ପରିଚାଳନା କରିଥିଲେ ।