୨୯ ସେପ୍ଟେମ୍ବରରୁ “ପ୍ରୋପ୍ୟାକ୍ ଓଡ଼ିଶା ଓ ଓଡ଼ିଶା ପ୍ଲାଷ୍ଟ-୨୦୨୩’’ ପ୍ରଦର୍ଶନୀ ହେବ

ମୁଖ୍ୟ ଲକ୍ଷ୍ୟ ରହିବ ପ୍ୟାକେଜିଙ୍ଗ, ପ୍ରିସ୍ଟିଙ୍ଗ୍ ଓ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଟେକ୍ନୋଲୋଜି

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୯ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରସ୍ଥିତ ଜନତା ମଇଦାନଠାରେ “ପ୍ରୋପ୍ୟାକ୍ ଓଡ଼ିଶା-୨୦୨୩ ଓ ଓଡ଼ିଶା ପ୍ଲାଷ୍ଟ-୨୦୨୩’ ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଅଛି । ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଜୋଦ୍ୟୋଗୀ ସଂଘ (ଓସ୍‌ମେ) ଓ ଫ୍ୟୁଚରେକ୍ଟର ମିଳିତ ଉଦ୍ୟମରେ ଉକ୍ତ ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଅଛି । କେନ୍ଦ୍ର ଏମ୍.ଏସ୍. ଏମ୍.ଇ. ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ଏମ୍.ଏସ୍. ଏମ୍.ଇ. ବିଭାଗ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗରେ ଏହି ପ୍ରଦର୍ଶନୀ କରାଯାଉଛି । ଉକ୍ତ ପ୍ରଦର୍ଶନୀ ପୂର୍ବ ଭାରତର ସର୍ବ ବୃହତ୍ ଓ ଓଡ଼ିଶାର ସର୍ବ ପ୍ରଥମ ପ୍ୟାକେଜିଂ, ପ୍ରିନ୍ତିଙ୍ଗ, ଖାଦ୍ୟ ପ୍ରକ୍ରିୟାକରଣ, କନ୍‌ଭରଟିଙ୍ଗ ଓ ପ୍ଲାଷ୍ଟିକ୍ ଟେକ୍ନୋଲୋଜି ପ୍ରଦର୍ଶନୀ ହେବ ବୋଲି ଓସ୍‌ମେ ପକ୍ଷରୁ ଭୁବନେଶ୍ବରସ୍ଥିତ ହୋଟେଲ୍ ଶିତଲ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଉକ୍ତ ପ୍ରଦର୍ଶନୀର ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର ଏମ୍.ଏସ୍.ଏମ୍.ଇ. ମନ୍ତ୍ରଣାଳୟ ଓ ରାଜ୍ୟ ଏମ୍.ଏସ୍.ଏମ୍.ଇ. ବିଭାଗର ମନ୍ତ୍ରୀ ତଥା ଉଚ୍ଚପଦସୁ ଅଧିକାରୀମାନେ ଉପସ୍ଥିତ ରହିବେ । ଉକ୍ତ ପ୍ରଦର୍ଶନୀରେ ଦେଶ ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏମ୍.ଏସ୍. ଏମ୍.ଇ. ଉଦ୍ୟୋଗୀମାନେ ଯୋଗ ଦେବେ । ଯେହେତୁ ଉକ୍ତ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ସାମଗ୍ରୀ ଷ୍ଟଲ୍ ରହୁଛି ବିଶେଷକରି ଫୁଡ଼, ଡ୍ରିଙ୍କ, ଫାର୍ମା, କସ୍‌ମେଟିକ୍, ପ୍ୟାକେଜିଂ, ପ୍ରିନ୍ତିଙ୍ଗ, ପ୍ଲାଷ୍ଟିକ୍‌ ସାମଗ୍ରୀ, ବ୍ୟକ୍ତିଗତ ଓ ପାରିବାରିକ ସାମଗ୍ରୀର ପ୍ରୋସେସିଂ ତଥା ପାରିବାରିକ ଏବଂ ଅଂଶୀଦାର ମାନଙ୍କର ସମାଗମ ହେବ । ଉକ୍ତ ପ୍ରଦର୍ଶନୀରେ ପ୍ରାୟ ୨୫୦ ରୁ ଅଧିକ ଷ୍ଟଲ୍ ରହିବ । ଯେହେତୁ ଭକ୍ତ ପ୍ରଦର୍ଶନୀରେ ଶିଳ୍ପଭିଭିକ ତଥା ଗୃହୋପକରଣ ସାମଗ୍ରୀ ପ୍ରଦର୍ଶିତ ହେବ, ଦୈନିକ ୨୫୦୦ରୁ ଉର୍ଦ୍ଧ୍ବ ଦର୍ଶକ ସମାଗମ ହେବାର ଅନୁମାନ କରାଯାଉଛି । ପ୍ରଦର୍ଶନୀ ବ୍ୟତୀତ ପ୍ରତ୍ୟେକ ଦିନ ଏମ୍.ଏସ୍.ଏମ୍.ଇ. ସମ୍ପର୍କିତ ଆଲୋଚନା ଚକ୍ର ଓ କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବିଜିନେସ୍ ଟୁ ବିଜିନେସ୍ ପ୍ରଦର୍ଶନୀ ଶିଳ୍ପାନୁଷ୍ଠାନଗୁଡ଼ିକ ଲାଗି ବାଣିଜ୍ୟିକ ପ୍ଲାଟଫର୍ମ ସୃଷ୍ଟି କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଓସ୍‌ମେ ତରଫରୁ ସୂଚନା ଦିଆଯାଇଛି ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଓସ୍‌ମେ ଅଧ୍ୟକ୍ଷ ଗୌରୀଶଙ୍କର ଦାଶ, ମହାସଚିବ ସାତ୍ତ୍ଵିକ ସ୍ଵାଇଁ, ଅତିରିକ୍ତ ମହାସଚିବ ଅଭିଳାଷ ଦାଶ, ଅର୍ଥ ସଚିବ ଆଦିକନ୍ଦ ରାଉତ, ଓସ୍‌ମେ ଖୋର୍ଦ୍ଧା ଜିଲ୍ଲା ସଭାପତି ସାଲିନ୍ ଅଗ୍ରୱାଲ୍ ତଥା ସଂଘର ଅନ୍ୟାନ୍ୟ କର୍ମକର୍ତା ଓ ସଭ୍ୟ ଏବଂ ଫ୍ୟୁଟରଏକ୍ସର ସ୍ଵାମୀ ପ୍ରେମ୍, ପରିଚାଳନା ନିର୍ଦ୍ଦେଶକ, ନମିତ୍ର ଗୁପ୍ତା, ନିର୍ଦ୍ଦେଶକ ଓ ମୁବାସିର ଇଲାହି, ପ୍ରକଳ୍ପ ମୁଖ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *