ଗାନ୍ଧୀ ଜୟନ୍ତୀ ଅବସରରେ ମଦର ତରଫରୁ ସାରା ରାଜ୍ୟରେ ଚାରା ରୋପଣ କାର୍ଯ୍ୟକ୍ରମ
ଭୁବନେଶ୍ୱର : ଦେଶର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମଦର ତରଫରୁ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାରାରୋପଣ କାର୍ଯ୍ୟକ୍ରମ ମାନ କରାଯାଇଅଛି | ମହାତ୍ମାଗାନ୍ଧୀ ଜୟନ୍ତୀ ଉପଲକ୍ଷେ ‘ ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମର ଶେଷ ଦିନରେ ସାରା ରାଜ୍ୟରେ ଅନୁଷ୍ଠାନ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା | ଭାରତୀୟ ରିଜର୍ଭ ବ୍ୟାଙ୍କ, ନାବାର୍ଡ ଏବଂ ଅନ୍ୟ ଜାତୀୟ କାରଣ ବ୍ୟାଙ୍କର ସହଯୋଗ ଏବଂ ମଦର ଅନୁଷ୍ଠାନର ତତ୍ୱାବଧାନରେ ପରିଚାଳିତ ୧୯ ଗୋଟି ବିତ୍ତୀୟ ସ୍ଵାକ୍ଷରତା କେନ୍ଦ୍ର ଠାରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ମାନେ ଯୋଗଦେଇ ନିକଟବର୍ତ୍ତୀ ଖୋଲା ସ୍ଥାନ ମାନଙ୍କରେ ସଫେଇ କରିବା ସହ ସାମୁହିକ ଭାବେ ଚାରାରୋପଣ କରିଥିଲେ | ଜଗତସିଂହପୁର, ଯାଜପୁର, କେନ୍ଦୁଝର, ନୟାଗଡ, ବାଲେଶ୍ୱର ଇତ୍ୟାଦି ଜିଲ୍ଲାରେ ବିତ୍ତୀୟ ସ୍ଵାକ୍ଷରତା କେନ୍ଦ୍ର ଦ୍ୱାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସ୍ଥାନୀୟ ସାମାଜିକ କର୍ମୀ, ବୁଦ୍ଧିଜୀବୀ ମାନେ ସାମିଲ ହୋଇଥିଲେ | ମଦର ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ ତରଫରୁ ବାଲିଅନ୍ତା ବ୍ଲକର ଅଲାରପୁର ଠାରେ ଚାରାରୋପଣ କରାଯାଇଥିଲା | ସ୍ଥାନୀୟ ବାସିନ୍ଦା ମାନଙ୍କ ସହଯୋଗରେ ଗାଁ ମୁଣ୍ଡରେ ଥିବା ମହିମା ଅଲେଖ ଆଶ୍ରମ ପରିସରରେ ବିଭିନ୍ନ ଫଳଗଛ ମାନ ଲଗାଯାଇଥିଲା | ଏହି କାର୍ଯ୍ୟକ୍ରମରେ ମଦରର ସମ୍ପାଦିକା ସସ୍ମିତା ଦାସ, ମୁଖ୍ୟ ପରିଚାଳନା ଅଧିକାରୀ ପ୍ରମୋଦ ଦାସ, ବାଲିଅନ୍ତା ବିତ୍ତୀୟ ସ୍ଵାକ୍ଷରତା କେନ୍ଦ୍ରର କର୍ମଚାରୀ ମାନେ ଉପସ୍ଥିତ ଥିଲେ |