ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ରର ଅଧିଷ୍ଠାନ ଉତ୍ସବ

ଭୁବନେଶ୍ବର: ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ରର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବିଗତ ବର୍ଷର ସଭାପତି ଡ. ମମତା ଦାଶ ଚଳିତବର୍ଷର ସଭାପତି ମଧୁଛନ୍ଦା ବଳଙ୍କୁ ଏବଂ ବିଗତ ବର୍ଷର ସମ୍ପାଦିକା ଚଳିତବର୍ଷର ସମ୍ପାଦକ ସଂଜୟ ଦାସଙ୍କୁ ଦାୟୀତ୍ବ ହସ୍ତାନ୍ତର କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରି ଜିଲ୍ଲା 3262ର ଆସନ୍ତା ବର୍ଷର ପ୍ରାନ୍ତପାଳ ମନୋଜ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଜିଲ୍ଲାର ବିଭିନ୍ନ ଜନହିତକର କାର୍ଯ୍ୟର ସୂଚନା ପ୍ରଦାନ କରିଥିଲେ । ରୋଟାରି ବିଶ୍ଵରୁ ପୋଲିଓ ଭଳି ମାରାତ୍ମକ ରୋଗକୁ ହଟାଇବାରେ ମୁଖ୍ୟ କର୍ଣ୍ଣଧାର ସାଜିଛି । ପ୍ରତୈକ ବର୍ଷ ରୋଟାରି ବିଭିନ୍ନ କାର୍ଯ୍ୟକ୍ରମ ଯେଭଳି; ଶିକ୍ଷା,ସ୍ୱାସ୍ଥ୍ୟ ପରିମଳ ଏବଂ ପରିବେଶର ସୁରକ୍ଷା ନିମନ୍ତେ କାର୍ଯ୍ୟ କରିଆସୁଛି ।

ମୁଖ୍ୟବକ୍ତା ପ୍ରାକ୍ତନ ପୋଲିସ ଅଧିକାରୀ ଅରୁପ୍ ପଟ୍ଟନାୟକ ରୋଟାରିର ବିଭିନ୍ନ ଜନହିତକର ଏବଂ ଗଠନମୂଳକ କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହିତ ରକ୍ତଦାନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ଵାରୋପ କରିଥିଲେ । ଉପପ୍ରାନ୍ତପାଳ ରବୀନ୍ଦ୍ର ନାଥ ତ୍ରିପାଠୀ ଅନ୍ୟତମ ଅତିଥି ଭାବରେ ଯୋଗଦାନ କରି କ୍ଲବର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ କ୍ଲବର ସମସ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବାର ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରି ଜିଲ୍ଲା 3262ର ଦ୍ବିତୀୟ “ଆର୍କ କ୍ଲମ୍ ସୋସାଇଟି ସଭ୍ଯ” ପ୍ରାକ୍ତନ ପ୍ରାନ୍ତପାଳ ଅଜୟ ଅଗ୍ରଆଲଙ୍କୁ ସମ୍ମାନିତ କରାଯାଇଥିଲା । ଗୋକୁଳ ଚନ୍ଦ୍ର ଜେନା ଏବଂ ସୁକାନ୍ତ ଦାଶଙ୍କୁ କ୍ଲବର ନୂତନ ସଭ୍ୟ ଭାବରେ ଗ୍ରହଣ କରାଯାଇଥିଲା । ଏହି ଅବସରରେ କ୍ଲବର ମୁଖପତ୍ର ‘ଇନସ୍ପିରେସନ୍’ (Inspiration) ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ଜିଲ୍ଲାର ବିଭିନ୍ନ କର୍ମକର୍ତ୍ତା, କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଲିପ୍ସିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଆଗାମୀବର୍ଷ ସଭାପତି ଡ. ସିଦ୍ଧାର୍ଥ କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *