ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ସ୍ୱତନ୍ତ୍ର ଡ଼ାକ ରଦ୍ଦୀକରଣ ଉନ୍ମୋଚିତ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଭୁବନେଶ୍ୱର ଡା଼କମଣ୍ଡଳ ତରଫରୁ ଫିଲାଟେଲିକ ବ୍ୟୁରେ | ଭୁବନେଶ୍ୱର ଜିପିଓ ପରିସରରେ ଏକ ସ୍ୱତନ୍ତ୍ର ଡ଼ାକ ରଦ୍ଦୀକରଣ ଉନ୍ମୋଚିତ ହୋଇଯାଇଛି | ଏହା ଡ଼ାକଟିକେଟ ସଂଗ୍ରାହକ ତଥା ସାଧାରଣ ଜନତାଙ୍କୁ ଆକୃଷ୍ଟ କରିବ | ଏହି ଅବସରରେ ସମ୍ମାନୀତ ଅତିଥିବୃନ୍ଦ ଶ୍ରୀ ତାରିଣୀ ଚରଣ ପାଢ଼ୀ, ବରିଷ୍ଠ ଡ଼ାକ ଅଧୀକ୍ଷକ, ଭୁବନେଶ୍ୱର ମଣ୍ଡଳ ଶ୍ରୀ ପ୍ରଦୀପ କୁମାର ପାଢ଼ୀ, ପୂର୍ବତନ ସହକାରୀ ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ସେବା ସକିଲ ଅହମ୍ମଦ, ବରିଷ୍ଠ ଡ଼ାକ ସଂଗ୍ରହକାରୀ ଉପସ୍ଥିତ ଥିଲେ | ବରିଷ୍ଠ ଡ଼ାକ ସଂଗ୍ରହକାରୀ ଶ୍ରୀ ଅଜିତ କୁମାର ଦାସ ରଦ୍ଦୀକରଣର ରୂପରେଖ ପ୍ରସ୍ତୁତ କରିଥିଲେ | ଉତ୍ସବକୁ ଶ୍ରୀ ରଞ୍ଜନ କୁମାର ପରିଡ଼ା ଡ଼ାକ ସହାୟକ ଭୁବନେଶ୍ୱର ଡା଼କମଣ୍ଡଳ ପରିଚାଳନା କରିଥିଲେ | ଏହି ଅବସରରେ ଭୁବନେଶ୍ୱର ପ୍ରଧାନ ଡାକଘରର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ | ଶ୍ରୀ ମୃତ୍ୟୁଞ୍ଜୟ ହୋତା, ଉପ ଡା଼କପାଳ ଭୁବନେଶ୍ୱର ପ୍ରଧାନ ଡ଼ାକଘର ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *