ବିଶିଷ୍ଟ ସାହିତ୍ୟିକା ଗୀତା ହୋତାଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକା ଗୀତା ହୋତାଙ୍କର ମଙ୍ଗଳବାର ରାତିରେ ପରଲୋକ ଘଟିଛି । ଶ୍ରୀମତୀ ହୋତା ଗତ ପ୍ରାୟ ୪ମାସ ଧରି ଅସୁସ୍ଥ ଥିଲେ । ମଙ୍ଗଳବାର ରାତିରେ ସେ ଅସୁସ୍ଥତା ଅନୁଭବ କରିବାର ମାତ୍ର କିଛି ସମୟ ପରେ ସେ ଆଖିବୁଜିଥିଲେ | ମୃତ୍ୟୁ ବେଳକୁ ତାଙ୍କୁ ୮୬ବର୍ଷ ବୟସ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ଵାମୀ ତଥା ସମୟର ମୁଖ୍ୟ ସମ୍ପାଦକ ସାତକଡ଼ି ହୋତା ଓ ପୁଅ, ଝିଅ, ଜ୍ୱାଇଁ ସମେତ ପରିବାରବର୍ଗ ଉପସ୍ଥିତଥିଲେ । ତାଙ୍କର ୩ପୁଅ ଓ ୨ଝିଅ ଅଛନ୍ତି । ବଡ ପୁଅ ସଞ୍ଜୀବ ହୋତା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିଲା ବେଳେ ମଝିଆ ପୁଅ ଚିଫ୍ ଇନକମ୍‌ଟ୍ୟାକ୍ସ କମିଶନର ଭାବେ କାର୍ଯ୍ୟ କରି ନିକଟରେ ଅବସର ନେଇଛନ୍ତି । ସାନ ପୁଅ ଚେନ୍ନାଇ ମିୟଟ ହସ୍ପିଟାଲରେ ଉଚ୍ଚପଦବୀରେ ଅଧିଷ୍ଠିତ ଅଛନ୍ତି | ୨ଝିଅ ସୌମ୍ୟ ରଥ ଓ ସୁଚେତା ତ୍ରିପାଠୀ ମଧ୍ୟ ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି । ଶ୍ରୀମତୀ ହୋତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ୍ ସ୍କୋୟାର ସ୍ଥିତ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ବୁଧବାର ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଶ୍ରୀମତୀ ହୋତା ଜଣେ ସୁଲେଖିକା ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ |

ତାଙ୍କ ଦ୍ଵାରା ଦୀର୍ଘ ୪୨ବର୍ଷ ଧରି ପ୍ରକାଶିତ ଓ ସମ୍ପାଦିତ ମାସିକ ମହିଳା ପତ୍ରିକା ‘ଅମୃତାୟନ’ ବେଶ ଲେ।କପ୍ରିୟତ। ଅର୍ଜନ କରିଥିଲା । ରାଜ୍ୟ ତଥା ରାଜ୍ୟ ବାହାରେ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ତାଙ୍କର ଅବଦାନ ଉଲ୍ଲେଖନୀୟ ଥିଲା |

କଳିଙ୍ଗ ଲେଖକ ପୁସ୍ତକମେଳାର ସଭାପତି ସହ, ଲେଖକ ସାମୁଖ୍ୟ ସହିତ ସେ ସମ୍ପୃକ୍ତ ଥିଲେ । ସେ ମଧ୍ୟ ଓଡିଶା ସାହିତ୍ୟ ଏକାଡେମୀ ଦ୍ଵାର। ପୁରସ୍କୃତ ହୋଇଥିଲେ । ବିଭିନ୍ନ ସଭାସମିତି, ସାହିତ୍ୟ ସମାବେଶ, କବିତା ଆସରରେ ତାଙ୍କର ବକ୍ତବ୍ୟ ବେଶ ମନଛୁଆଁ ହେଉଥିଲା | ତାଙ୍କର ବିୟୋଗରେ ଓଡିଆ ସାହିତ୍ୟ ଜଗତର ଅପୁରଣୀୟ କ୍ଷତି ଘଟିଲା ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *