ଓଡ଼ିଶାର ପ୍ରଥମ ମହିଳା ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀ ଙ୍କୁ ସୃଜନୀ (ଚେନ୍ନାଇ)ର ଶ୍ରଦ୍ଧାଞ୍ଜଳି

ସୃଜନୀ ପରିବାର (ଚେନ୍ନାଇ) ଗତ ବୁଧବାର ୧୪ ଅଗଷ୍ଟ ସନ୍ଧ୍ୟା ରେ ଓଡ଼ିଶାର ପ୍ରଥମ ମହିଳା ସ୍ୱାଧୀନତା ସଂଗ୍ରାମୀ ,ବିଧାୟିକା ଓ ସାହିତ୍ୟିକା ସରଳା ଦେବୀଙ୍କ ୧୨୧ତମ ପବିତ୍ର ଜନ୍ମ ଦିବସ ଓ ଭାରତମାତାର ୭୮ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଅନୁପମ କାର୍ଯ୍ୟକ୍ରମ ” ସ୍ୱାଧୀନତାର ଅମୃତ ମହୋତ୍ସବ ” ଆଭାସୀ ମାଧ୍ୟମ ରେ ଅନୁଷ୍ଠିତ ହୋଇଯାଇଛି I

ଉକ୍ତ ସଭାରେ ପ୍ରମୁଖ ବକ୍ତା ତଥା ଆଲୋଚକ ଭାବରେ ସମ୍ପାଦକ,ସରଳା ଦେବୀ ସ୍ମାରକୀ ଟ୍ରଷ୍ଟ,ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ଗୁରୁକଲ୍ୟାଣ ମହାପାତ୍ର,ପ୍ରାକ୍ତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ,କିସ୍ ବିଶ୍ଵବିଦ୍ୟାଳୟର ଉପକୁଳପତି ତଥା ଓଡ଼ିଶା ଇତିହାସ କଂଗ୍ରେସର ଅଧ୍ୟକ୍ଷ,ବିଶିଷ୍ଟ ଐତିହାସିକ ପ୍ରଫେସର୍ ଡ଼ ନିହାର ରଞ୍ଜନ ପଟ୍ଟନାୟକ,ସାହିତ୍ୟିକ ତଥା ଗବେଷକ ଡ଼କ୍ଟର ଭି .ରାଜେନ୍ଦ୍ର ରାଜୁ, ସୃଜନୀ ପରିବାର ଉପଦେଷ୍ଟା ତଥା ସାରସ୍ୱତ ସାଧିକା ଡକ୍ଟର ବାସନ୍ତୀ ମହାନ୍ତି, ମହିୟସୀ ମହିଳା ସରଳା ଦେବୀଙ୍କ ପୌତ୍ରୀ ଶ୍ରୀମତୀ ନିବେଦିତା ମହାନ୍ତି ଆଦି ଯୋଗଦେଇ ନିଜ ବକ୍ତବ୍ୟ ମାଧ୍ୟମରେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଓଡ଼ିଆର ସ୍ୱାଧୀନତା ସଂଗ୍ରାମ ଓ ଓଡ଼ିଶାର ନାରୀ ଜାଗରଣ ରେ ଓଡ଼ିଶାର ସମସ୍ତ ମହିୟସୀ ମହିଳାଙ୍କ ଉତ୍ସର୍ଗିତ ଜୀବନ ତଥା ସରଳା ଦେବୀ କିପରି ନିଜକୁ ଭାରତର ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସାମିଲ କରି ଏ ଜାତି ପାଇଁ ସମ୍ପୂର୍ଣ୍ଣ ଭାବରେ ନିଜକୁ ଜଳାଞ୍ଜଳୀ ସହ ମହିୟସୀଙ୍କ ଅବଦାନ ପ୍ରସଙ୍ଗରେ ରେ ବକ୍ତା ପ୍ରମୁଖ ନିଜସ୍ୱ ଅଭିମତ ସହ ସ୍ମୃତି-ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ I

ଏହି ବିଶେଷ ଅବସରରେ ଆୟୋଜିତ ସଭାରେ ସୃଜନୀ ପରିବାରର ମୁଖ୍ୟ ଉପଦେଷ୍ଟା ଅବସରପ୍ରାପ୍ତ ଆଇ ଏଫ୍ ଏସ୍ ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହ ନାଳନ୍ଦା ବିଶ୍ୱବିଦ୍ୟାଳୟର ଡିନ ପ୍ର.ଗୋଦାବରୀଶ ମିଶ୍ର, ସଂପାଦକ ଶ୍ରୀ ଅଶୋକ କୁମାର ସାମନ୍ତ ,କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଘ୍ନେଶ୍ଵର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

ଉକ୍ତ ଆଭାସୀ କାର୍ଯ୍ୟକ୍ରମରେ ଉପସ୍ଥାପିକା ଶ୍ରୀମତୀ ସୁମତି ମୁଣ୍ଡ,ସଂଚାଳକ ଶ୍ରୀମାନ ରମେଶ ଚନ୍ଦ୍ର ପସାଏତ୍ ଙ୍କ ଦ୍ୱାରା କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳିତ ହୋଇଥିଲା I ପ୍ରସାରଭାରତୀର କଣ୍ଠଶିଳ୍ପୀ ଶ୍ରୀମତୀ ବିଦ୍ୟୁତପ୍ରଭା ପଟ୍ଟନାୟକ, ଗୀତିକାର ତଥା କଣ୍ଠଶିଳ୍ପୀ ଶ୍ରୀମତୀ ଆନନ୍ଦିନୀ ମିଶ୍ର, ସାହିତ୍ୟିକା ତଥା “ମକର “ର ସହ ସମ୍ପାଦିକା ଶ୍ରୀମତୀ ମହାସ୍ମିତା ଓଝା , ସାହିତ୍ୟିକା ଶ୍ରୀମତୀ ପ୍ରିୟଦର୍ଶନୀ ମହାରଣା ଏବଂ ବହୁ ମାନ୍ୟଗଣ୍ୟ ବିକ୍ତିତ୍ଵ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ I

Leave a Reply

Your email address will not be published. Required fields are marked *