୧୨ ଏପ୍ରିଲରୁ ଭୁବନେଶ୍ୱରରେ ଭାସ୍କର୍ଯ୍ୟକଳା ପ୍ରଦର୍ଶନୀ ‘ ଡାଇମେନସନ – ୩ ‘

ଭୁବନେଶ୍ୱର : ରାଜଧାନୀରେ ଆୟୋଜିତ ହେବାକୁ ଯାଉଅଛି ଯୁବ ଭାସ୍କର୍ଯ୍ୟ ଶିଳ୍ପୀ କେଶବ ଚନ୍ଦ୍ର ନାଥଙ୍କ ଏକକ ଭାସ୍କର୍ଯ୍ୟକଳା ପ୍ରଦର୍ଶନୀ ‘ ଡାଇମେନସନ – ୩ ‘ | ଆସନ୍ତା ୧୨ ତାରିଖ, ଶୁକ୍ରବାର ସନ୍ଧ୍ୟା 5 ଘଟିକାରେ ରାଷ୍ଟ୍ରୀୟ ଲଳିତକଳା ଏକାଡେମୀ, ଆଞ୍ଚଳିକ କେନ୍ଦ୍ର ଠାରେ ଏହା ଉଦଘାଟିତ ହେବ | ଏହି ପ୍ରଦର୍ଶନୀରେ ଶିଳ୍ପୀ କେଶବ ଚନ୍ଦ୍ର ନାଥଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାୟ ୨୦ ରୁ ଉର୍ଦ୍ଧ କଳାକୃତି ଗୁଡିକ ପ୍ରଦର୍ଶିତ ହେବ | ସଂଗୀତ ଥିମକୁ ନେଇ ପ୍ରସ୍ତୁତ ଭାସ୍କର୍ଯ୍ୟ କଳାକୃତି ସବୁ କଳା ପ୍ରେମୀ ମାନଙ୍କୁ ଆକୃଷ୍ଟ କରିବ ବୋଲି ଶିଳ୍ପୀ ଆଶାବାଦୀ ଅଛନ୍ତି | ମା ସରସ୍ବତୀଙ୍କ ଆୟୁଧ ଯେମିତି କି ବୀଣା ଇତ୍ୟାଦିକୁ ନେଇ ପଥର ଓ କାଠ ଉପରେ ବିଶେଷ କାରିଗରୀ ପ୍ରୟୋଗ ପୂର୍ବକ ସୃଜନାତ୍ମକ ଢଙ୍ଗରେ ଫୁଟି ଉଠିଥିବା ଭାସ୍କର୍ଯ୍ୟକଳା ଦର୍ଶକ ମାନଙ୍କୁ ଏକ ଅନନ୍ୟ ଅନୁଭୂତି ପ୍ରଦାନ କରିବ ବୋଲି ଶିଳ୍ପୀ କହିଛନ୍ତି | କେବଳ ଭାସ୍କର୍ଯ୍ୟ ନୁହେଁ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ଥିମ ସମ୍ବନ୍ଧୀୟ ସମସାମୟିକ ଚିତ୍ରକଳା ମଧ୍ୟ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି | ଏପ୍ରିଲ ୧୩ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୧ ଘଟିକା ଠାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ | ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେବା ସହ ରାଜଧାନୀର କଳା ପ୍ରେମୀ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ତଥା ସମସ୍ତ ଜନସାଧାରଣ ଏହି ପ୍ରଦର୍ଶନୀକୁ ବୁଲି ଦେଖିବାକୁ ଶିଳ୍ପୀ କେଶବ ଚନ୍ଦ୍ର ନାଥ ଅନୁରୋଧ କରିଛନ୍ତି |

Leave a Reply

Your email address will not be published. Required fields are marked *