ରାଜ୍ୟର ୩୧୪ ବ୍ଲକରେ ତିଆରି ହେବ ଷ୍ଟାଡ଼ିୟମ୍
ଭୁବନେଶ୍ୱର: ତୃଣମୂଳସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ ଏକ ନୂତନ ଯୋଜନାକୁ ଅନୁମୋଦନ କରିଛନ୍ତି । ଏହି ପରିବର୍ତ୍ତନକାରୀ ପଦକ୍ଷେପ ସମଗ୍ର ଓଡ଼ିଶାରେ ସ୍ବାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ସହିତ ଏକ ଦୃଢ଼ କ୍ରୀଡ଼ା ପରିବେଶକୁ ପ୍ରତିଷ୍ଠିତ କରିବା ପାଇଁ ସାହାଯ୍ୟ କରିବ । ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି, ଗ୍ରାମୀଣ କ୍ରୀଡ଼ା ଭିତ୍ତିଭୂମିରେ ଗୁରୁତ୍ବପୂର୍ଣ୍ଣ ଆନ୍ତର୍ଜାତିକ ମାନର କ୍ରୀଡ଼ାବିତ୍ ସୃଜନର ବ୍ୟବଧାନକୁ ପୂରଣ କରିବା, ବିଶେଷକରି ବ୍ଲକ ସ୍ତରରେ, ଯେଉଁଠାରେ ସୁବିଧାଗୁଡ଼ିକ ଅନୁନ୍ନତ ଅବସ୍ଥାରେ ରହିଛି । ଏହି ଅସମାନତା ଦୀର୍ଘ ସମୟ ଧରି ଦ୍ରୁତ କ୍ରୀଡ଼ା ଅଭିବୃଦ୍ଧି ପାଇଁ ରାଜ୍ୟର ଦୃଷ୍ଟିକୋଣରେ ବାଧା ସୃଷ୍ଟି କରିଛି । ଏହି ବ୍ୟବଧାନକୁ ଦୂର କରିବାର ଆବଶ୍ୟକତାକୁ ଅନୁଭବ କରି, ସରକାର ଖେଳାଳିମାନଙ୍କ ପାଇଁ ବର୍ଷିତ ସୁଯୋଗ ପ୍ରଦାନ କରିବା, ସ୍ଥାନୀୟ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ତୃଣମୂଳସ୍ତରରେ ଅଧୂକ କ୍ରୀଡ଼ା ପ୍ରତିଯୋଗିତାମାନ ଆୟୋଜନ କରିବା ସମେତ ଅନେକ ପ୍ରମୁଖ ଉଦ୍ଦେଶ୍ୟକୁ ଉଲ୍ଲେଖ କରିଛନ୍ତି । ଓଡ଼ିଶା ସରକାର ପ୍ରାୟ ସମସ୍ତ ପ୍ରମୁଖ କ୍ରୀଡ଼ା ଶୃଙ୍ଖଳା ଉପରେ ଧ୍ୟାନ ଦେବାକୁ ପ୍ରତିଶ୍ରୁତିବଦ୍ଧ । ପ୍ରତିଯୋଗିତାମୂଳକ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ବ୍ୟତୀତ, ଏହି ସୁବିଧାଗୁଡ଼ିକ ଗ୍ରାମୀଣ ଯୁବକଯୁବତୀମାନଙ୍କୁ ଶାରୀରିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବ ଏବଂ ସେମାନଙ୍କର ସାମଗ୍ରିକ ବିକାଶ ଏବଂ ଦୀର୍ଘକାଳୀନ ମାନସିକ ତଥା ଶାରୀରିକ ସୁସ୍ଥତାକୁ ସମର୍ଥନ କରିବ। ଓଡ଼ିଶା, ଭାରତରେ ଏକ ଉଦୀୟମାନ କ୍ରୀଡ଼ା କେନ୍ଦ୍ର ଭାବରେ ସ୍ବୀକୃତିପ୍ରାପ୍ତ ଓ ଏକ ସ୍ପନ୍ଦନଶୀଳ କ୍ରୀଡ଼ା ସଂସ୍କୃତି ପ୍ରତିଷ୍ଠା କରିବାକୁ ପ୍ରତିବଦ୍ଧ ଅଟେ। “ରାଜ୍ୟରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ” ପ୍ରକଳ୍ପ ଏହି ଦୃଷ୍ଟିକୋଣ ହାସଲ କରିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ । ଏହି ପ୍ରକଳ୍ପ, ତୃଣମୂଳସ୍ତରରେ ଅତ୍ୟାଧୁନିକ ସୁବିଧା ପ୍ରଦାନ କରି ଉତ୍କୃଷ୍ଟ କ୍ରୀଡ଼ାବିତ୍ରୀମାନଙ୍କୁ ପୋଷଣ କରିବା ପାଇଁ ଏକ ମାଧ୍ୟମ ଭାବରେ କାର୍ଯ୍ୟ କରିବା ସହିତ ନାଗରିକମାନଙ୍କ ପାଇଁ କ୍ରୀଡ଼ାକୁ ଜୀବନଶୈଳୀ ଭାବରେ ଗ୍ରହଣ କରିବାକୁ ପ୍ରେରଣା ଦେବ ।
ପ୍ରତ୍ୟେକ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ୮-୧୦ ଏକର ଜମିରେ ନିର୍ମାଣ ହେବ ଏବଂ ଏଥରେ ଫୁଟବଲ୍/ କ୍ରିକେଟ ପଡ଼ିଆ, ଥ୍ରୋ ଏବଂ ଜମ୍ପ କ୍ଷେତ୍ର ସହିତ ଆଥଲେଟିକ୍ ଟ୍ରକ୍, ଭଲିବଲ୍/ଖୋ ଖୋ/କବାଡି କୋର୍ଟ, ଇଣ୍ଡୋର ହଲ୍ (ବ୍ୟାଡମିଣ୍ଟନ୍, ଟେବୁଲ ଟେନିସ୍ ଇତ୍ୟାଦି), ସୁବିଧା କେନ୍ଦ୍ର ଆଦି ରହିବ । ରାଜ୍ୟରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ, କ୍ୟାବିନେଟ ପର୍ଯ୍ୟାୟ କ୍ରମେ ୫ ବର୍ଷ ପାଇଁ ୪୧୨୪ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି ।
