ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍ ; ୨ ଜଣଙ୍କର ମୃତ୍ୟୁ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୁର୍ଲୁ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍ଟି ଗଛରେ ଭାରସାମ୍ୟ ହରାଇ ପିଟି ହୋଇଯିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ଦିଗିସଲପାର ରିତିକ ବିଷୋୟୀ, ଉଦୟପୁରର ରାଜା ଟାକିରି। ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଇନ୍ଦ୍ରାବତୀ ଅଞ୍ଚଳର ସୌମ୍ୟରଞ୍ଜନ ନାୟକ ଓ ଶ୍ରୀପତି କର୍କର। କର୍ପୂରା।
ସୂଚନାଅନୁସାରେ, ଦିଗିସଲପାରୁ ଦୋଳ ଯାତ୍ରା ଦେଖି ଆଜି ସକାଳେ ଚାରି ସାଙ୍ଗ କାର୍ ଯୋଗେ ନବରଙ୍ଗପୁର ଅଭିମୁଖେ ଆସୁଥିଲେ। କୁର୍ଲୁ ଘାଟିରେ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଆମ୍ବ ଗଛରେ ପଟି ହୋଇଯାଇଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ରିତିକ ଓ ରାଜାଙ୍କୁ ମୃତ ଘୋଷଣା କରିଥିଲେ। ସୌମ୍ୟରଞ୍ଜନ ଓ ଶ୍ରୀପତି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।