ଦୃଷ୍ଟି ବାଧିତ କଳାକାରଙ୍କୁ ବାଦ୍ୟଯନ୍ତ୍ର ପ୍ରଦାନ କରି ସହାୟତାର ହାତ ବଢ଼ାଇଲା ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ର

ଭୁବନେଶ୍ୱର: ଆଜି ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ର ତରଫରୁ ନିଳାଚଳ ଦୃଷ୍ଟିବାଧିତ ଅନୁଷ୍ଠାନକୁ ଏକ ଡୁବି ତବଲା ବାଦ୍ୟଯନ୍ତ୍ର ପ୍ରଦାନ ପୂର୍ବକ ସହାୟତା କରାଯାଇଅଛି | ସ୍ଥାନୀୟ ଇନ୍ଦ୍ରଧନୁ ମାର୍କେଟ ଠାରେ ଅନୁଷ୍ଠାନର କର୍ମକର୍ତ୍ତା ମାନେ ନିଳାଚଳ ଦୃଷ୍ଟିବାଧିତ କଳାକାର ସଂଘକୁ ଏହି ବାଦ୍ୟଯନ୍ତ୍ର ପ୍ରଦାନ କରିଥିଲେ | ରୋଟାରିଆନ ନଳୀନିଙ୍କ ଭଉଣୀ ନୂତନ ତାଙ୍କର ଦିବଙ୍ଗତ ସ୍ବାମୀ ଙ୍କ ସ୍ମୃତି ଉଦ୍ଦେଶ୍ଯରେ ଏହି ଡୁବି ତବଲା ବାଦ୍ୟଯନ୍ତ୍ର ପ୍ରଦାନ କରିଥିଲେ |

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜଣାଶୁଣା ସାମାଜିକ କର୍ମୀ ତଥା ରୋଟାରୀଆନ ତପସ୍ୱିନୀ ପଣ୍ଡା ଏହି ଅବସରରେ କହିଥିଲେ କି, ଏହି ନିଳାଚଳ ଦୃଷ୍ଟିବାଧିତ କଳାକାର ଅନୁଷ୍ଠାନ ଏକ ସାଂସ୍କୃତିକ ଅନୁଷ୍ଠାନ | ଏହି ସଂଘର ସମସ୍ତେ ଦୃଷ୍ଟିବାଧିତ ହେଲେବି ଖୁବ ସ୍ୱାଭିମାନୀ | ନିଜର କଳା ପ୍ରଦର୍ଶନ କରି ଜୀବନ ଜୀବିକା ନିର୍ବାହ କରୁଥିବା ଏମିତି ଅନୁଷ୍ଠାନକୁ ଆମର ଏହି ଛୋଟ ସହାୟତା ଯାହା ତାଙ୍କ କାମକୁ ଆହୁରି ସରସ ସୁନ୍ଦର କରିବ | ଆମେ ଆଗରୁ ମଧ୍ୟ ସାଧ୍ୟମତେ ଏହି ଅନୁଷ୍ଠାନକୁ ସହଯୋଗ କରିଆସିଛୁ ଆଉ ଆଗକୁ ମଧ୍ୟ କରିବୁ | ଅନ୍ୟମାନେ ମଧ୍ୟ ଏହିଭଳି ଅନୁଷ୍ଠାନକୁ ସହଯୋଗର ହାତ ବଢ଼େଇଲେ ଏମାନେ ବି କାହା ଉପରେ ନିର୍ଭର ନକରି ସ୍ୱାଭିମାନର ସହ ସମ୍ମାନର ସହ ଜୀବନ ବଂଚିପାରିବେ |

ଏହି କାର୍ଯ୍ୟକ୍ରମରେ କ୍ଲବର ସମସ୍ତ ସଭ୍ଯ ସଭ୍ଯା ଯଥା ସଭାପତି ଡ ମମତା ଦାଶ, ସଂପାଦିକା ମଧୁଛନ୍ଦା ବଳ, ଡ. ରେଖା ଦାସ, ସରୋଜଲକ୍ଷ୍ମୀ ପଟ୍ଟନାୟକ, ନଳିନୀ, ନୂତନ ଯୋଗଦାନ କରିଥିଲେ। ସ୍ଥାନୀୟ ବୁଦ୍ଧିଜୀବୀ ତଥା ଉପସ୍ଥିତ ଜନସାଧାରଣ ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ରର ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *