ବାଲୁଙ୍କେଶ୍ଵର ରାମନାଟ୍ୟ ପରିବାରର ଦିତୀୟ ବାର୍ଷିକ ଉତ୍ସବ ପାଳିତ।

ବାଙ୍କି: ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁରଗ୍ରାମର ବାବା ବାଲୁଙ୍କେଶ୍ୱର ରାମନାଟ୍ୟ ପରିବାରର ଦିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଉଛି। ଉକ୍ତ ଉତ୍ସବରେ ବିଶିଷ୍ଟ ପାଲା ଗାୟକ ଦିଲୀପ କୁମାର ମହାପାତ୍ର, ଦୁଲଣାପୁର ଗ୍ରାମ ପଞ୍ଚାୟତର ବରିଷ୍ଟ ନାଗରିକ ତଥା ଶିକ୍ଷାବିତ୍ ବନମାଳୀ ରାଉତ, ସମାଜସେବୀ କିଶନ ମହାପାତ୍ର, ନାଟ୍ୟକାର ଓ ନିର୍ଦ୍ଦେଶକ ନିରଞ୍ଜନ ମହାପାତ୍ର, ପ୍ରତିଷ୍ଠାତା ବାନାମ୍ବର ରଣା, ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗାଁର ପ୍ରତିଭାକୁ ଲୋକଲୋଚନକୁ ଆଣିଥିବା ବାଲୁଙ୍କେଶ୍ୱର ରାମନାଟ୍ୟ ପରିବାରକୁ ପ୍ରଶଂସା କରିଥିଲେ।ଅନୁଷ୍ଠାନର ସଭାପତି ସମର କେଶରୀ ମହାପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ବାସବ ରାଜେଶଶ୍ୱର ରୁଦ୍ରବଂଶୀ ବାର୍ଷିକ ବିବରଣୀ ଓ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ବିଚିତ୍ରାନନ୍ଦ ମହାପାତ୍ର । ଗାଁ ର କୁନି କୁନି କଳାକାର ଅନନ୍ୟା ରଣା, ପ୍ରଜ୍ଞା ପରିଡ଼ା, ପ୍ରୀୟଶୀ ରଣା, ପ୍ରୀତମୟ ମହାରଣାକୁ ସମ୍ବର୍ଦ୍ଧନା କରାଯାଇଥିଲା। ଶେଷରେ” ଲଙ୍କା ଦହନ “ନାଟକ ମଞ୍ଚସ୍ଥ କରାଯାଇଥିଲା |

Leave a Reply

Your email address will not be published. Required fields are marked *