ଆଣ୍ଟି କରପସନ ଇଣ୍ଟେଲିଜେଣ୍ଟ କମିଟି ପକ୍ଷରୁ ନିଉଜ ଲେଟର ଉନ୍ମୋଚିତ

ଭୁବନେଶ୍ୱର : ଦୁର୍ନୀତି ବିରୁଦ୍ଧରେ ଲଢେଇ କରି ଜନ ସଚେତନତା ସୃଷ୍ଟି କରୁଥିବା ଅନୁଷ୍ଠାନ ଆଣ୍ଟି କରପସନ ଇଣ୍ଟେଲିଜେଣ୍ଟ କମିଟି ପକ୍ଷରୁ ଏକ ନିଉଜ ଲେଟର ଉନ୍ମୋଚିତ ହୋଇ ଯାଇଅଛି | ସ୍ୱାଧୀନତା ଦିବସ ଅବସରରେ ରାଜଧାନୀର ଏକ ହୋଟେଲରେ ଏନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଉଜ ଲେଟର ‘ଭିଜିଲାଣ୍ଟ’ ଲୋକାର୍ପଣ କରାଯାଇଥିଲା | ରାଜ୍ୟ ସଭାପତି କିଶୋର କରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜାତୀୟ ସମ୍ପାଦକ ଡ଼ ବିପିନବିହାରୀ ମିଶ୍ର ଯୋଗ ଦେଇଥିବା ବେଳେ ରାଜ୍ୟ ସମ୍ପାଦକ ଲାୟନ ବିପିନ ନାୟକ ଉପସ୍ଥିତ ଥିଲେ |
ଦୁର୍ନୀତି ବିରୁଦ୍ଧରେ କିଭଳି ଲେଖା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇପାରିବ ସେ ଉପରେ ଆଲୋକପାତ କରିବା ସହ ଏହି ନିଉଜ ଲେଟର ‘ଭିଜିଲାଣ୍ଟ’ ମାଧ୍ୟମରେ ଆଣ୍ଟି କରପସନ ଇଣ୍ଟେଲିଜେଣ୍ଟ କମିଟି ର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଜାତୀୟ ସମ୍ପାଦକ ଡ଼ ବିପିନବିହାରୀ ମିଶ୍ର ଉପସ୍ଥିତ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ | ଦୁଇ ଜଣ ନୂତନ ସଦସ୍ୟ ଙ୍କୁ ସ୍ୱାଗତ କରାଯାଇଥିଲା | ଗୋଲକ ବିହାରୀ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *