

- ପ୍ରଥମ ଥର ଗଞ୍ଜାମ ଜିଲ୍ଲା ସୋରଡ଼ାରୁ ଆସିଲା ୩୨ଖଣ୍ଡ ରଥକାଠ । ଏଯାଏ ୫୩୬ ଖଣ୍ଡ କାଠ ଆସି ରଥଖଳାରେ ପହଞ୍ଚିଲାଣି । ପୂର୍ବରୁ ୮୦ ଖଣ୍ଡ କାଠ ବଳକା ରହିଛି, ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠ । ଆଉ ୨୧୭ ଖଣ୍ଡ କାଠ ଆସିବ । ବୌଦ୍ଧ ଓ ଗଂଜାମ ଘୁମୁସର ବନଖଣ୍ଡରୁ ଆସିଛି କାଠ ।
- ଦେଶରେ ୨୪ ଘଣ୍ଟାରେ ୩, ୨୦୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ । ମଙ୍ଗଳବାର ତୁଳନାରେ ଏହା ୨୪.୮% ଅଧିକ, ଦେଶରେ ୧୯ ହଜାର ପାର୍ କରିଛି ଆକଟିଭ୍ କେସ । ୨୪ ଘଣ୍ଟାରେ ୩୧ ଜଣକ ଜୀବନ ନେଇଛି କୋରୋନା | ୨୪ ଘଣ୍ଟାରେ ଦିଲ୍ଲୀରେ ୧,୪୧୪ ନୂଆ ସଂକ୍ରମିତ ଚିହ୍ନଟ ।