ପୁଣ୍ୟ ଉତ୍କଳ ଫାଉଣ୍ଡେସନର ଦ୍ବାଦଶ ବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ୱର : ଏପ୍ରିଲ୍ ୧୪ ତାରିଖ ସନ୍ଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ପ୍ରେକ୍ଷାଳୟରେ ସାମାଜିକ ଅନୁଷ୍ଠାନ ପୁଣ୍ୟ ଉତ୍କଳର ଦ୍ବାଦଶ ବାର୍ଷିକ ଉତ୍ସବ ଆୟୋଜିତ ହୋଇ ଯାଇଅଛି । ସାଂସ୍କୃତିକ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମକୁ ବାବା ଭକ୍ତି ଚୈତନ୍ୟ ଦାସ , ମହାରାଜ ଯଶୋବନ୍ତ ମହାପାତ୍ର , ଯୋଗାଚାର୍ଯ୍ୟ ଅନାମମୁନି ଶୁଭାରମ୍ଭ କରିଥିଲେ । ଏହାପରେ ସାଧାରଣ ସଭାକୁ ଉଦଘାଟନ କରିଥିଲେ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ । ବରେଣ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ପୂର୍ବତନ ସଂସ୍କୃତି ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ପୂର୍ବତନ ଆର.ଡି.ସି ତଥା ବିଶିଷ୍ଟ କବି ଶ୍ରୀଯୁକ୍ତ ରଞ୍ଜନ ଦାସ ଓ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ହିମାଶୁଂ ଖଟୁଆ। ଏହି ସଭାରେ ସଭାପତିତ୍ବ କରିଥିଲେ ବରିଷ୍ଠ ସ୍ତମ୍ଭକାର ଓ ରାଜନୈତିକ ବିଶ୍ଲେଷକ ଶ୍ରୀରାମ ଦାସ । ପ୍ରତିଷ୍ଠାତା ମନୋରଞ୍ଜନ ମହାପାତ୍ର ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ପୁଣ୍ୟ ଉତ୍କଳର ବିଶେଷତ୍ବ ଉପରେ କଥା ରଖିଥିଲେ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭିକାରି ଚରଣ ମହାପାତ୍ର । ‘ମାନବିକତା ହିଁ ସେବାର ମୂଳ ଉତ୍ସ’ ଉପରେ ଅତିଥିଗଣ ନିଜର ବକ୍ତବ୍ୟ ରଖିଥିଲେ । ତା’ ସହିତ ଲୋକାର୍ପିତ ହୋଇଥିଲା ନୂପୁର ମ୍ୟୁଜିକ୍ ନିବେଦିତ ମନଛୁଆଁ ଆଧୁନିକ ଗୀତା ଆଲବମ୍ ‘ମନ ପାନ୍ଥଶାଳା’ ।

‘So Am I Foundation’ କୁ ସେବାପାଇଁ , Human Potential Development Trust କୁ ଦକ୍ଷତା ବିକାଶ ଓ ସଚେତନା ପାଇଁ ଶ୍ରୀଯୁକ୍ତ ରାମହରି ଦାସଙ୍କୁ ଗୁରୁକୁଳ ଓ ଓଡିଶୀ ସଙ୍ଗୀତ ସାଧନ ଲାଗି ସମ୍ମାନିତ କରାଯାଇଥିବା ବେଳେ ନାଟ୍ୟକାର ରବୀନ୍ଦ୍ରନାଥଙ୍କ ଅମ୍ଲାନ ସ୍ମୃତିରେ ପୁଣ୍ୟ ଉତ୍କଳ ନାଟ୍ୟସମ୍ମାନରେ ଶ୍ରୀଯୁକ୍ତ ଦୋଳଗୋବିନ୍ଦ ରଥଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟ ସମ୍ବର୍ଦ୍ଧିତ ପ୍ରତିଭା ଥିଲେ ଶ୍ରୀମତୀ ଅଞ୍ଜଳି ସାହୁ (କ୍ଷେତ୍ରମଣି ସମ୍ମାନ) , ପ୍ରିୟଦର୍ଶନ ମହାପାତ୍ର (ଜଗବନ୍ଧୁ ସମ୍ମାନ) ଓ ସଦାଶିବ ଜେନାଙ୍କୁ (ଶୁକଦେବ ସମ୍ମାନ) ରେ ସମ୍ମାନିତ କରାଯାଇଥିଲା । ଶେଷରେ ‘ମନ ପନ୍ଥଶାଳା’ ଆଲବମର ଆଧୁନିକ ଗୀତଗୁଡ଼ିକୁ କଣ୍ଠଶିଳ୍ପୀ ବୃନ୍ଦ ମଞ୍ଚରେ ଗାନ କରିଥିଲେ ।

Leave a Reply

Your email address will not be published. Required fields are marked *