କଂଗ୍ରେସ ନେତା କାର୍ତ୍ତି ଚିଦମ୍ବରମଙ୍କ ଘରେ CBI ରେଡ୍

ନୂଆଦିଲ୍ଲୀ : ବଢ଼ିଲା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଅଡ଼ୁଆ । ଆଜି ସକାଳୁ ସକାଳୁ କାର୍ତ୍ତି ଚିଦାମ୍ବରମଙ୍କ ଘର ସମେତ ୯ଟି ସ୍ଥାନରେ ଏକକାଳୀନ ରେଡ କରୁଛି ସିବିଆଇ ।

କାର୍ତ୍ତିଙ୍କ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇସ୍ଥିତ ବାସଭବନ ଉପରେ ଆଜି ସକାଳୁ ରେଡ ଚାଲିଛି ।ସିବିଆଇ ଟିମ୍‌ ଚେନ୍ନାଇର ୩ଟି ସ୍ଥାନ, ମୁମ୍ବାଇର ୩ଟି, କର୍ଣ୍ଣାଟକର ଗୋଟିଏ , ପଞ୍ଜାବର ଗୋଟିଏ ଓ ଓଡ଼ିଶାର ଗୋଟିଏ ସ୍ଥାନରେ ଚଢ଼ାଉ କରୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ୨୦୧୦ରୁ ୨୦୧୪ ମସିହା ମଧ୍ୟରେ କାର୍ତ୍ତିଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଦେଶୀ ଟଙ୍କା ମାମଲାରେ ଏହି ଚଢ଼ାଉ ଚାଲିଥିବା ଜଣାଯାଇଛି। ସାବୁ ନାମକ ଜଣେ ବ୍ୟକ୍ତିଙ୍କଠାରୁ କାର୍ତ୍ତି ଚିଦାମ୍ବରମ ୫୦ ଲକ୍ଷ ଟଙ୍କା ପାଇଥିବା ଅଭିଯୋଗ ହେଉଥିବା ବେଳେ ଏହାର ବି ଖୋଳତାଡ଼ କରୁଛି ସିବିଆଇ।

ସିବିଆଇ ରେଡ ଚାଲିଥିବା ବେଳେ କାର୍ତ୍ତି ଚିଦାମ୍ବରମ ଟ୍ୱିଟ କରି କହିଛନ୍ତି, ଏପରି କେତେ ଥର ଚଢ଼ାଉ ହେଲାଣି ମୁଁ ଗଣିବା ଭୁଲି ଗଲିଣି। ଏହା ଏକ ରେକର୍ଡ। ଆଜି ସିବିଆଇ ରେଡ୍‌ ଚାଲିଥିବା ବେଳେ କାର୍ତ୍ତି ଲଣ୍ଡନରେ ଥିବା ଜଣାଯାଇଛି। ଏହାପୂର୍ବରୁ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଛନ୍ଦି ହୋଇ ଜେଲ୍‌ ଯାଇଥିଲେ ଚିଦାମ୍ବରମ ବାପ ପୁଅ। କାର୍ତ୍ତି ଚିଦାମ୍ବରମଙ୍କୁ ୨୦୧୯ ମସିହାରେ ଗିରଫ କରିଥିଲା ସିବିଆଇ । ୨୩ ଦିନ ତିହାର ଜେଲରେ ରହିବା ପରେ ଜାମିନରେ ଛାଡ଼ ପାଇଥିଲେ କାର୍ତ୍ତି । ସେହିପରି ଉକ୍ତ ବର୍ଷ ଅଗଷ୍ଟ ୨୧ରେ ଏହି ମାମଲାରେ ଗିରଫ ହୋଇଥିବା ଚିଦାମ୍ବରମ ୧୦୬ ଦିନ ଜେଲ୍‌ରେ ରହିବା ପରେ ଶେଷରେ ମୁକୁଳିଥିଲେ ।

Leave a Reply

Your email address will not be published. Required fields are marked *