ଓଡ଼ିଆ ଜାତୀୟ ସମ୍ମିଳନୀ ଆନୁକୂଲ୍ୟରେ ମଧୁଜୟନ୍ତୀ

ଭୁବନେଶ୍ୱର: ଓଡ଼ିଆ ଜାତୀୟ ସମ୍ମିଳନୀ ଆନୁକୂଲ୍ୟରେ ସଭାପତି ପ୍ରଫେସର ଡ଼ଃ ଅମିୟ କୁମାର ମହାନ୍ତିଙ୍କ ସଭାପତିତ୍ୱ ରେ ମାଷ୍ଟର କ୍ୟାଣ୍ଟିନ ଛକସ୍ଥ kalinga Union of working journalists (ବୁଲନ ଭାଇ ସେବା ଭବନ )ରେ ଅନୁଷ୍ଠିତ ହୋଇ ଯାଇଛି |ଏଥିରେ ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ |
କାର୍ଯ୍ୟକ୍ରମ ଆରମ୍ଭରେ ଓଡ଼ିଆ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା |ତା ପରେ ଦେବଶ୍ରୀ କଳା ନିକେତନର କୁନି କୁନି ନୃତ୍ୟ ଶିଳ୍ପୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ଓ ପରେ ଇପ୍ସିତା ସାହୁ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ |ମୁଖ୍ୟ ଅତିଥି ମୀନକେତନ ଦାସ ମଧୁବାବୁଙ୍କ ଓଡ଼ିଆ ପ୍ରୀତିର ସୂଚନା ଦେଇ ସେଭଳି ଭାଷା ପ୍ରୀତି ଆଜି ବିରଳ ବୋଲି ମତ ଦେଇଥିଲେ |ଉପ ସଭାପତି ପ୍ରଫେସର ଡ଼ଃ ପ୍ରଦୀପ୍ତ ବାରିକ ମଧୁବାବୁଙ୍କ ଜୀଵନ ଆଜିର ଯୁବକମାନଙ୍କ ଧ୍ୟେୟ ହେବା ଉଚିତ ବୋଲି ମତ ଦେଇଥିଲେ |ଉପଦେଷ୍ଟା ପ୍ରଫେସର ମନୋରଞ୍ଜନ ଦାସ ଆଜିର ଓଡ଼ିଆଙ୍କ ଭାଷା ଓ ସୀମା ଉଭୟ ଅସୁରକ୍ଷିତ ବୋଲି ମତ ଦେଇ ତାଙ୍କ ନୀତି ଆଦର୍ଶକୁ ଗ୍ରହଣ କଲେ ଏ ଅବସ୍ଥାର ପରିବର୍ତ୍ତନ ହେବ ବୋଲି ମତ ଦେଇଥିଲେ |ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଦାଶ ଓଡ଼ିଆ ଭାଷା, ସଂସ୍କୃତି ଓ ସୀମା ସୁରକ୍ଷା ପାଇଁ ମଧୁବାବୁଙ୍କ ଆଦର୍ଶର ଅନୁସରଣ ଉପରେ ଜୋର ଦେଇଥିଲେ |ତାଙ୍କ ଭଳି ଓଡ଼ିଆ ହେବାକୁ ସେ ପରାମର୍ଶ ଦେଇଥିଲେ |ସଭାପତି ପ୍ରଫେସର ଡ଼ଃ ଅମିୟ କୁମାର ମହାନ୍ତି ମଧୁବାବୁଙ୍କ ଜୀବନୀ ସଂକ୍ଷେପରେ ଆଲୋଚନା କରି ରାଜ୍ୟରେ ଓଡ଼ିଆ ଭାଷାକୁ ଶାସନର ଭାଷା କରିବାକୁ ସରକାରଙ୍କୁ ଉଦ୍ଦେଶ୍ୟରେ ଦାବି ରଖିଥିଲେ | ମଧୁବାବୁଙ୍କ ଉପରେ ହୋଇଥିବା ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତ୍ତିତ୍ବ ହାସଲ କରିଥିବା ପିଲାମାନଙ୍କୁ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା |ଅନ୍ୟମାନଙ୍କୁ ଯୋଗଦାନ ପାଇଁ ପ୍ରଶଂସା ପତ୍ର ପ୍ରଦାନ ଜରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ଶ୍ରୀ ମୀନକେତନ ଦାସ, ଶ୍ରୀମତୀ ମନୀଷା ରାୟ ଓ ଡାକ୍ତର ଶ୍ରୀମତୀ ରଶ୍ମିରେଖା ସେଠିଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ମାନିତ କରାଯାଉଥିଲା |ସାମ୍ୱାଦିକ ନିମାଇଁ ରଞ୍ଜନ ନନ୍ଦ, ପରମେଶ୍ୱର ଦାଶ, ଶରତ ଚନ୍ଦ୍ର ବେହେରା, ଜିତେନ୍ଦ୍ର ପଟ୍ଟନାୟକ, ଜେନାମଣି ଦିଲ୍ଲୀପ କୁମାର ରାୟ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା |କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ସଦସ୍ୟ ମାନେ ହେଲେ ସ୍ଵଚିକା ସ୍ୱାଇଁ, ଅଞ୍ଜନା ସାମନ୍ତରାୟ, ନୈରାସିନି ଧଳ, ସମାଇରା ପୁହାଣ, ଆଲୋକ ଧଳ, ଅହଲ୍ୟା ନାୟକ, ଶ୍ରଦ୍ଧାଞ୍ଜଳି ଶତପଥୀ, ଅମିତ କୁମାର କର, ନିରଞ୍ଜନ ସ୍ୱାଇଁ, ବାସୁଦେବ ମହାରଣା, ଅଶ୍ୱିନୀ ତ୍ରିପାଠୀ, ସୁକାନ୍ତ ତ୍ରିପାଠୀ, ସୁବ୍ରତ କାନୁନଗୋ, ରାଜଶ୍ରୀ ତ୍ରିପାଠୀ, ଯୋଗେନ୍ଦ୍ର ରାଉତ, ଦେବାଶିଷ ଦାଶ, ଦେବଶ୍ରୀ ଦାଶ, ଶ୍ରେୟଂଶି ସ୍ୱାଇଁ | ନୃତ୍ୟ ପାଇଁ ପୁରସ୍କାର ପାଇଥିବା କୁନି ଶିଳ୍ପୀ ମାନେ ହେଲେ ଆଦ୍ୟାଶ୍ରିତା, ଇପ୍ସିତା,ଆଶ୍ରିତା, ଜାହ୍ନବୀ, ସମାଇରା,ଆରାଧ୍ୟା,ମାମାଲି |
ଶେଷରେ ସମ୍ପାଦକ ନିରାକାର ବେଉରା ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *