ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ମନା ; ବିଧାୟକ ଏବଂ ମନ୍ତ୍ରୀଙ୍କୁ ରୋକଠୋକ୍ ଶୁଣାଇଲେ ବାଚସ୍ପତି

ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ବ୍ୟବହାରକୁ ବାରଣ । କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏ ନେଇ ରୋକଠୋକ୍ ଶୁଣାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ । ଗୃହରେ ଜଣେ ବିଧାୟକ ଫଟୋ ଉଠାଇଥିବା ଦେଖିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଏଣିକି କୌଣସି ବିଧାୟକ କିମ୍ବା ମନ୍ତ୍ରୀ ବିଧାନସଭା ଗୃହ ମଧ୍ୟକୁ ମୋବାଇଲ ନେଇ ଯାଇପାରିବେ ନାହିଁ ।

ସୋର ବିଧାୟକ ଗୃହରେ ଫଟୋ ଉଠାଉଥିବା ପ୍ରକାଶ କରି ଏପରି କରିବା ଉଚିତ ନୁହେଁ ବୋଲି କହିଛନ୍ତି ବାଚସ୍ପତି ସୁରମା ପାଢୀ। କେବଳ ସୋର ବିଧାୟକ ନୁହନ୍ତି ଅନେକ ବିଧାୟକ ମୋବାଇଲରେ କଥା ହେଉଥିବା ନଜିର ରହିଛି।

ବିଧାନସଭା ବାହାରେ ପିଇବା ପାଣିର ବ୍ୟବସ୍ଥା ରହିଛି। ତେଣୁ ବିଧାନସଭା ଭିତରେ ମୋବାଇଲର ବ୍ୟବହାର ଓ ପାଣି ବୋତଲ ବ୍ୟବହାର କରିବା ଅନୁଚିତ୍ ବୋଲି କହିଛନ୍ତି ବାଚସ୍ପତି।

Leave a Reply

Your email address will not be published. Required fields are marked *