ଆନ୍ତର୍ଜାତିକ ଶ୍ରୀ ଜଗନ୍ନାଥ ଚେତନା ମହୋତ୍ସବ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର : ଜୟ ଜଗନ୍ନାଥ । ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ପୁରୀ ପକ୍ଷରୁ ଆସନ୍ତା ୨୦୨୫ ମସିହା ୬, ୭ ଓ ୮ ତାରିଖ ତିନିଦିନ ଧରି “ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ” ଭୁବନେଶ୍ଵରସ୍ଥ IMMT ସଭାକକ୍ଷରେ ଆୟୋଜନ କରାଯାଉଛି । ଉକ୍ତ ସମ୍ମିଳନୀରେ ସାରା ପୃଥିବୀରୁ ପ୍ରାୟ ୫୦୦ରୁ ଅଧିକ ପ୍ରତିନିଧି ଭାଗ ନେବେ । ସାରା ଭାରତରେ ତଥା ଅନ୍ୟ ଦେଶରେ ଯେଉଁଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଛି ସେ ସବୁ ସ୍ଥାନରୁ ପ୍ରତିନିଧୁମାନେ ଉପସ୍ଥିତ ରହି ଶ୍ରୀଜଗନ୍ନାଥ ଚେତନା ଓ ସଂସ୍କୃତି ସଂପର୍କରେ ପ୍ରଶିକ୍ଷଣ ନେବେ ।
ଜାନୁୟାରୀ ୬ ତାରିଖ ପୂର୍ବାହ୍ନ ୧୧ଘଟିକା ସମୟରେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହେବ । ଏଥନିମନ୍ତେ ମାନ୍ୟବର ଓଡ଼ିଶାର ରାଜ୍ୟପାଳ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ କରାଯାଇଛି । । ସେହିପରି ୭ ତାରିଖ ସନ୍ଧ୍ୟା ୫ଟା ସମୟରେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଯାଇଛି । ୮ ତାରିଖ ଦିନ ପ୍ରତିଷ୍ଠାନର ବାର୍ଷିକ ଉତ୍ସବରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଜୁଏଲ ଓରାମ୍, ରାଜ୍ୟ ଆଇନ୍ ମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନଙ୍କୁ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ କରାଯାଇଛି । ଏହି ଦିନ ଶ୍ରୀଜଗନ୍ନାଇ ଚେତନା ପ୍ରଚାରକ ସମ୍ମାନ, ଶ୍ରୀଜଗନ୍ନାଥ ଗବେଷଣା ସମ୍ମାନ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସମ୍ମାନ ଜ୍ଞାନୀ ଗୁଣୀ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ । ମହାମହିମ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ଆମେ ତାଙ୍କ ଉପସ୍ଥିତି ପାଇଁ ପ୍ରାର୍ଥନା କରିଅଛୁ । ଗଜପତି ମହାରାଜା ଏହି କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ରହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପୂଜ୍ୟ ମାଧବାନନ୍ଦଜୀ ସରସ୍ଵତୀ, ପୂଜ୍ୟ ପ୍ରଜ୍ଞାନାନନ୍ଦ ସରସ୍ଵତୀ, ପୂଜ୍ୟ ସଦାନନ୍ଦ ସରସ୍ୱତୀ ତଥା ପୂଜ୍ୟ କେଶବାନନ୍ଦଜୀ ସରସ୍ଵତୀ ତଥା କୃଷ୍ଣପ୍ରେମାନନ୍ଦଜୀ ସରସ୍ଵତୀ ପ୍ରମୁଖ ସାଧୁ ସନ୍ଥମାନେ ବିଭିନ୍ନ ବିଷୟରେ ପ୍ରତିନିଧୁମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ ଆଶୀର୍ବଚନ ପ୍ରଦାନ କରିବେ । ତାହା ଫଳରେ ସେମାନେ ନିଜ ନିଜ କ୍ଷେତ୍ରରେ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାରରେ ଗଠନମୂଳକ ଭୂମିକା ଗ୍ରହଣ କରିପାରିବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଳିଙ୍ଗ ହସ୍ପିଟାଲର ଚେୟାରମ୍ୟାନ ଡ.ଶିତକଣ୍ଠ ଦାଶ, ଆବାହକ ରହିଛନ୍ତି । ଶ୍ରୀ ସଚ୍ଚିଦାନନ୍ଦ ଦାସ ବାବାଜୀ, ମହନ୍ତ ରାମକୃଷ୍ଣ ଦାସ, ଡ. ନରେଶ ଚନ୍ଦ୍ର ଦାସ, ଡ.ଅସିତ ମହାନ୍ତି, ଶ୍ରୀ ପ୍ରଦୀପ୍ତ କୁମାର ସାହୁ, ଡା. କରୁଣାକର ପ୍ରଧାନ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ରବିନାରାୟଣ ସାମନ୍ତରାୟ ଓ ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ସକ୍ରିୟ ଭାବରେ କାର୍ଯ୍ୟକରୁଛନ୍ତି ।