ମମତା ଆନୁକୂଲ୍ୟରେ ଆମ ସ୍ୱପ୍ନର ଓଡିଶା -୨୦୩୬ ଅନୁଷ୍ଠିତ

ଭୁବନେଶ୍ୱର: ମମତା ଆନୁକୂଲ୍ୟରେ ଆମ ସ୍ୱପ୍ନର ଓଡିଶା -୨୦୩୬ ବିଷୟରେ ସେମିନାର ସିଓ୍ୱାଇଏସଡ଼ି ସେମିନାର କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି l ଏହା ପୂର୍ବରୁ ମମତାର ସଭ୍ୟମାନେ ୨୦୩୬ ରେ ଓଡ଼ିଶାର ରୂପରେଖ ବିଷୟରେ ଆଲୋଚନା କରି ଓଡିଶା ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲେ l ଉକ୍ତ ସଭାରେ ସ୍ୱାସ୍ଥ୍ୟ, ଶିକ୍ଷା, କର୍ମ ନିୟୁକ୍ତି, ଆଦିବାସୀ ଓ ହରିଜନ ମାନଙ୍କ ଉନ୍ନତି, ବର୍ଦ୍ଧକ୍ୟରେ ଯତ୍ନ ଇତ୍ୟାଦି ବିଷୟରେ ଦିଆଯାଇଥିବା ପ୍ରସ୍ତାବ ସମୂହର ଆଲୋଚନା କରାଯାଇଥିଲା l ପ୍ରଫେସର ଡ଼ଃ ମଧୁମିତା ଦାଶ, କସ୍ତୁରୀ ପଣ୍ଡା, ଡ଼ଃ କାଜଲ ରକ୍ଷିତ, ରେଖା ଦାଶ, ନମିତା ମହାନ୍ତି, ଡ଼ଃ ସୁଶୀଲ ପଟ୍ଟନାୟକ ଓ ଶ୍ରୀ ସ୍ବଦେଶ ପଟ୍ଟନାୟକ ପ୍ରସ୍ତୁତ କରିଥିବା ଆଲେଖ୍ୟର ଆଲୋଚନା କରାଯାଇଥିଲା ଲେହି ସଭାରେ ପ୍ରାକ୍ତନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ଶ୍ରୀ ଅମୁଲ୍ୟ ନନ୍ଦ ମୁଖ୍ୟ ଅତିଥି ଓ ପ୍ରାକ୍ତନ କେନ୍ଦ୍ରୀୟ ଶ୍ରମ ସଚିବ ଲକ୍ଷ୍ମୀଧର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଫେସର ଆଶା ହଂସ ସଭାପତିତ୍ୱ କରିଥିଲେ l ଏହି ଆଲୋଚନାରେ ପ୍ରାକ୍ତନ ଆଇଏଏସ ଅଧିକାରୀ ବରୁଣ ରଥ, ଶ୍ରୀ ଦିଲ୍ଲୀପ ରଥ ଓ ଉତ୍କଳ ବିଶ୍ୱ ବିଦ୍ୟାଳୟ ର ପ୍ରାକ୍ତନ କୁଳପତି ଡ଼ଃ ବିନାୟକ ରଥ ବିଭିନ୍ନ ଆଲୋଚନାରେ ନିଜର ସୁ ମତାମତ ପ୍ରଦାନ କରିଥିଲେ l ପ୍ରଫେସର ଯୁଗଳ କିଶୋରେ ମିଶ୍ର ଙ୍କୁ ରାଜନୀତି ବିଜ୍ଞାନରେ ଜୀବନ ବ୍ୟାପି ସାଧନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା l ଡ଼ଃ ତରୁଲତା ଦ୍ବିବେଦୀ ଅତିଥି ପରିଚୟ ଦେଇଥିଲେ l ମେଜର ଡ଼ଃ କଳ୍ପନା ଦାଶ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ମମତାର ସେକ୍ରେଟାରୀ ଡ଼ଃ ଦିଲ୍ଲୀପ ଦ୍ବି୍ବେଦି ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *