ସମ୍ବିଧାନ ଦିବସ ଉପଲକ୍ଷେ ଭାରତୀୟ ଡାକ ବିଭାଗ ଦ୍ଵାରା ଏକ ସ୍ବତନ୍ତ୍ର ରଦ୍ଦିକରଣ ଭୁବନେଶ୍ୱର ପ୍ରଧାନ ଡାକଘର ପ୍ରାଙ୍ଗଣରେ ଅନୁଷ୍ଠିତ

ଭୁବନେଶ୍ୱର: ସମ୍ବିଧାନ ଦିବସ ଉପଲକ୍ଷେ ଭାରତୀୟ ଡାକ ବିଭାଗ ଦ୍ଵାରା ଏକ ସ୍ବତନ୍ତ୍ର ରଦ୍ଦିକରଣ ଭୁବନେଶ୍ୱର ପ୍ରଧାନ ଡାକଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ଜନତାଙ୍କୁ ସମ୍ବିଧାନ ଦିବସର ମହତ୍ତ୍ଵ ସମ୍ବନ୍ଧରେ ଅବଗତ କରାଇବା ପାଇଁ ଡାକ ବିଭାଗର ଏହା ଏକ ଅଭିନବ ପଦକ୍ଷେପ । ବରିଷ୍ଠ ଡାକ ଟିକେଟ ସଂଗ୍ରହକାରୀ ଶ୍ରୀ ଅଜିତ କୁମାର ରାଉତ ଏହି ସ୍ବତନ୍ତ୍ର ରଦ୍ଦିକରଣ ର ରୂପରେଖ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ଡାକ ମଣ୍ଡଳର ସହକାରୀ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ମୋହନ ସୁନା ସମ୍ବିଧାନ ଦିବସର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ଡାକପାଳ ଶ୍ରୀମତୀ ସ୍ମିତା ମହାପାତ୍ର, ସହକାରୀ ଡାକ ଅଧିକ୍ଷକ ଶ୍ରୀ ବିଭୁଦତ୍ତ ବେହେରା (ଓଡ଼ି),ବରିଷ୍ଠ ଡାକ ଟିକେଟ ସଂଗ୍ରହ କାରୀ ସକିଲ ଅହମଦ, ଶ୍ରୀ ଅନୁପ ରାଉତ ପ୍ରମୁଖ ଭାରତୀୟ ସମ୍ବିଧାନ ସମ୍ବନ୍ଧରେ ସମ୍ୟକ୍ ଧାରଣା ଦେଇଥିଲେ । ସହକାରୀ ଡାକପାଳ ଶ୍ରୀ ରମାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟାଳୟ ସହାୟକ ଶ୍ରୀ ରଞ୍ଜନ କୁମାର ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *