କଥା ସମ୍ରାଟ ପଦ୍ମଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ ୩୪ତମପୁଣ୍ୟ ତିଥିରେ ସୃଜନୀ ଅନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ” ଅପ୍ରମିତ ସୁରେନ୍ଦ୍ର “

ସୃଜନୀ ପରିବାର (ଚେନ୍ନାଇ) : ଗତ ଶନିବାର ସନ୍ଧ୍ୟାରେ ଓଡ଼ିଆ ସାହିତ୍ୟର ପ୍ରଥିତଯଶା କିମ୍ବଦନ୍ତୀ ପୁରୁଷ ,ବିଶିଷ୍ଟ ସାମ୍ବାଦିକ, ରାଜନୀତିଜ୍ଞ ଓ ସ୍ତମ୍ଭକାର ତଥା କଥା ସମ୍ରାଟ ପଦ୍ମଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ ୩୪ତମ ପୁଣ୍ୟ ତିଥିରେ ସମର୍ପିତ ସ୍ମୃତି-ଶ୍ରଦ୍ଧାଞ୍ଜଳି “ଅପ୍ରମିତ ସୁରେନ୍ଦ୍ର” ସହ ” ସୃଜନ ସମୀକ୍ଷା ଦର୍ପଣ ” କାର୍ଯ୍ୟକ୍ରମରେ ସାହିତ୍ୟ ସାଧିକା ଡକ୍ଟର ବାସନ୍ତୀ ମହାନ୍ତିଙ୍କ ନବଉନ୍ମୋଚିତ ” ଅପ୍ରମିତ ସୁରେନ୍ଦ୍ର ” ପୁସ୍ତକର ସମୀକ୍ଷା ପର୍ବ ବହୁ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ ତଥା ବରେଣ୍ୟ ଅତିଥିଙ୍କ ଉପସ୍ଥିତିରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି I

ଆନ୍ତର୍ଜାତିକ ମାତୃଭାଷା ପୁରସ୍କାର (ୟୁନେସ୍କୋ ) ପ୍ରାପ୍ତ ଲୋକତତ୍ତ୍ଵବିତ୍ ଓ ସଂସ୍କୃତି ଗବେଷକ ଡ଼କ୍ଟର ମହେନ୍ଦ୍ର କୁମାର ମିଶ୍ର,ନାଟ୍ୟକାର,ନିର୍ଦ୍ଦେଶକ ତଥା ଫଲଗୁ ସାହିତ୍ୟ ସଂସଦର ସଭାପତି ପ୍ରଫେସର୍ ମେଜର ରମାରମଣ ପାଢ଼ୀ, ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ ଶିକ୍ଷାବିତ ପ୍ରଫେସର୍ ଅନନ୍ତ କୁମାର ଗିରି ଏବଂ ସାହିତ୍ୟିକ ତଥା ଶିକ୍ଷାବିତ୍ ଡ଼କ୍ଟର ପ୍ରକାଶ ପାଣିଗ୍ରାହୀ ଆଦି ସଭାରେ ଉପସ୍ଥିତ ରହି କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଜୀବନରେ ସାମ୍ବାଦିକତା ,ସାହିତ୍ୟ ସାଧନା ଓ ରାଜନୀତି ର ତ୍ରିବେଣୀ ସଙ୍ଗମ ସହ ଓଡ଼ିଆ ସାହିତ୍ୟର ନବଜାଗରଣରେ ନିଜର ଅବଦାନ ସହ ସାହିତ୍ୟ ପ୍ରତି ଥିବା ପ୍ରତିବଦ୍ଧତା ପ୍ରସଙ୍ଗରେ ଆଲୋକପାତ କରିଥିଲେ I ଓଡ଼ିଆ କଥାସାହିତ୍ୟର ନବ ଉନ୍ମେଷ ସହ ଓଡ଼ିଆ ଇତିହାସର ସଂଯୋଗିକରଣ ପ୍ରସଙ୍ଗରେ ସମସ୍ତ ଆଲୋଚକ ତଥା ବକ୍ତା ନିଜସ୍ୱ ଅଭିବ୍ୟକ୍ତି ପ୍ରଦାନ କରିଥିଲେ I
ସମସ୍ତ ବରେଣ୍ୟ ଅତିଥି ତଥା ଆଲୋଚକ ବୃନ୍ଦ ଯଥା ଡ଼କ୍ଟର ମହେନ୍ଦ୍ର କୁମାର ମିଶ୍ର,ପ୍ରଫେସର୍ ମେଜର ରମାରମଣ ପାଢ଼ୀ,ପ୍ରଫେସର୍ ଅନନ୍ତ କୁମାର ଗିରି ଏବଂ ଡ଼କ୍ଟର ପ୍ରକାଶ ପାଣିଗ୍ରାହୀ ଆଦି ସାହିତ୍ୟ ସାଧିକା ଡକ୍ଟର ବାସନ୍ତୀ ମହାନ୍ତିଙ୍କ ନବଉନ୍ମୋଚିତ ” ଅପ୍ରମିତ ସୁରେନ୍ଦ୍ର ” ପୁସ୍ତକର ସମୀକ୍ଷା କରିବା ସହ ଓଡ଼ିଆ ସାହିତ୍ୟର ଉନ୍ମେଷ ତଥା ଗବେଷଣା ପାଇଁ ” ଅପ୍ରମିତ ସୁରେନ୍ଦ୍ର ” ପୁସ୍ତକର ଉପାଦେୟତା ଓ ଗରୁତ୍ୱ କୁ ନେଇ ନିଜସ୍ୱ ଅଭିବ୍ୟକ୍ତି ପ୍ରଦାନ କରିଥିଲେ I

ପ୍ରମୁଖ ବକ୍ତା ତଥା ଆଲୋଚକ ଭାବରେ ପ୍ରାକ୍ତନ ଅଧ୍ୟକ୍ଷା-ଓଡିଶା ମହିଳା କମିଶନ ତଥା କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ସୁପୁତ୍ରୀ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି , ସାହିତ୍ୟିକ ତଥା ଶିକ୍ଷାବିତ୍ ଅଧ୍ୟାପକ କୈଳାଶ ଚନ୍ଦ୍ର ସାହାଣୀ , ସୁଦୂର ଆମେରିକାର ଟରୋଣ୍ଟ ମହାନଗରୀରୁ ଶୀଯୁକ୍ତ ପ୍ରଶାନ୍ତ ଭୂୟାଁ (ପ୍ରଭୁ) ଏବଂ ସାହିତ୍ୟିକ ତଥା ଶିକ୍ଷାବିତ୍ ଡ଼କ୍ଟର କମଳାକୃଷ୍ଣ ତ୍ରିପାଠୀ ଆଦି ସଭାରେ ଉପସ୍ଥିତ ରହି କଥାସମ୍ରାଟ ସୁରେନ୍ଦ୍ରଙ୍କ ସାରସ୍ୱତ ସୃଷ୍ଟି ସମ୍ଭାର ଓ ସମକାଳୀନ ଓଡ଼ିଆ ସାହିତ୍ୟର ଉନ୍ମେଷରେ ସାରସ୍ୱତ ସାଧକ ସୁରେନ୍ଦ୍ରଙ୍କ ଅବଦାନ ପ୍ରସଙ୍ଗରେ ରେ ବକ୍ତା ପ୍ରମୁଖ ନିଜସ୍ୱ ଅଭିମତ ସହ ସ୍ମୃତି-ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ I ସାହିତ୍ୟ ସାଧିକା ଡକ୍ଟର ବାସନ୍ତୀ ମହାନ୍ତିଙ୍କ ନବଉନ୍ମୋଚିତ ” ଅପ୍ରମିତ ସୁରେନ୍ଦ୍ର ” ପୁସ୍ତକର ସମୀକ୍ଷା କରିବା ସହ ନିଜସ୍ୱ ଅଭିବ୍ୟକ୍ତି ପ୍ରଦାନ କରିଥିଲେ I

ଏହି ବିଶେଷ ଅବସରରେ ଆୟୋଜିତ ସଭାରେ ସୃଜନୀ ପରିବାରର ମୁଖ୍ୟ ଉପଦେଷ୍ଟା ଅବସରପ୍ରାପ୍ତ ଆଇ ଏଫ୍ ଏସ୍ ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହାର ନାଳନ୍ଦା ବିଶ୍ୱବିଦ୍ୟାଳୟର ଡିନ ପ୍ର. ଗୋଦାବରୀଶ ମିଶ୍ର, ସଂପାଦକ ଶ୍ରୀ ଅଶୋକ ସାମନ୍ତ ,କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଘ୍ନେଶ୍ଵର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ପ୍ରସାରଭାରତୀର କଣ୍ଠଶିଳ୍ପୀ ଶ୍ରୀମତୀ ବିଦ୍ୟୁତପ୍ରଭା ପଟ୍ଟନାୟକଙ୍କ କଣ୍ଠରେ ମହିୟସୀ ମନୋରମା ମହାପାତ୍ରଙ୍କ ଦ୍ୱାରା ଲିଖିତ ଏବଂ କଥାସମ୍ରାଟଙ୍କୁ ସମର୍ପିତ ଗୀତିକବିତାର ସ୍ୱରରେ ସଭା ସଂଗୀତମୟ ହୋଇଥିଲା I ସଂଚାଳିକା ତଥା ଉପସସ୍ଥାପିକା ଶ୍ରୀମତୀ ସୁମତି ମୁଣ୍ଡଙ୍କ ସଂଚାଳନାରେ ସଭା ଗତିଶୀଳ ହୋଇଥିଲା ଏବଂ ଦେଶ ତଥା ବିଦେଶରୁ ବହୁ ମାନ୍ୟଗଣ୍ୟ ବିକ୍ତିତ୍ଵ ସଭାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ I

Leave a Reply

Your email address will not be published. Required fields are marked *