ମହର୍ଷି ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳନ

ଭୁବନେଶ୍ୱର : ମହର୍ଷି ପବ୍ଲିକ ସ୍କୁଲ ରେ ଶିଶୁଦିବସ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଡ଼. ପ୍ରସନ୍ନ ପଟ୍ଟସାଣୀ (ପୂର୍ବତନ ଏମ. ପି)ସମ୍ମାନୀୟ ଅତିଥି ଭାବରେ ଡ଼ ଶ୍ରୀମତୀ ଚନ୍ଦନା ମହାନ୍ତି (ଆସୋସିଏଟ ପ୍ରଫେସର. କିଟ ୟୁନିଭେର୍ସିଟି), ଶ୍ରୀମତୀ ଗାୟତ୍ରୀ ରଥ (ପ୍ରଫେସର ଅନାଟୋମୀ, ଅଧିକାରୀ ହରଟିଙ୍ଗ ମେଡିକାଲ କଲେଜ), ଶ୍ରୀମତୀ ତପସ୍ୱିନୀ ପଣ୍ଡା (ସୋସିଆଲ ଆକ୍ଟିଭୀଷ୍ଟ)ଯୋଗଦେଇଥିଲେ | ବିଦ୍ୟାଳୟ ର ନିର୍ଦ୍ଦେଶିକା ମହୋଦୟା ଶ୍ରୀମତୀ ହେନା ମହାପାତ୍ର ଅତିଥିମାନଙ୍କୁ ମଞ୍ଚ ଉପରକୁ ସ୍ୱାଗତ କରିଥିଲେ | ଏହାପରେ ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା | ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତଗାନ କରାଯାଇଥିଲା | ମୁଖ୍ୟ ଅତିଥି ଶିଶୁଦିବସ ଉପରେ ନିଜର ଅଭିବ୍ୟକ୍ତ ପ୍ରଦାନ କରି କହିଥିଲେ ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ ଏବଂ ଭବିଷ୍ୟତ କୁ ଉଜ୍ବଳ କରିବାକୁ ହେଲେ ଶିଶୁ ମାନଙ୍କୁ ଉତ୍ତମ ଶିକ୍ଷାର ଆବଶ୍ୟକତା ରହିଛି | ଶିଶୁମାନେ ହେଉଛନ୍ତି ଦେଶର ଶକ୍ତି | ଦେଶର ସମୁଗ୍ରିକ ବିକାଶ ଶିଶୁମାନଙ୍କ ଉପରେ ନିର୍ଭର କରୁଛି | ବିଦ୍ୟାଳୟର କୁନି କୁନି ପିଲାମାନଙ୍କ ଦ୍ୱାରା କୌତୁକ ପ୍ରତିଯୋଗିତା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ବେଶ ମନଛୁଆଁ ହୋଇପାରିଥିଲା | ବିଦ୍ୟାଳୟ ର ଶିକ୍ଷୟତ୍ରୀ ମାନେ ପିଲାମାନଙ୍କ ପାଇଁ ନୃତ୍ୟ ପରିବେଷଣ କରିଥିଲେ |
ଶେଷରେ ଶ୍ରୀମତୀ ହେନା ମହାପାତ୍ର କାର୍ଯ୍ୟକ୍ରମକୁ ଉତଯାପନ କରି ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *