ଅଟିଜିମର ଶିକାର ପିଲାମାନଙ୍କ ପାଇଁ ନିଃଶୁକ୍ଳ ଥେରାପି କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର : ପ୍ରଶାନ୍ତି ଏଜୁକେସନଲ ଏଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଟିଜିମର ଶିକାର ପିଲାମାନଙ୍କ ପାଇଁ ନିଃଶୁକ୍ଳ ଥେରାପି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି |
ମମତାଜ ଅଲି ହାଇସ୍କୁଲର ସ୍ୱାଭିମାନ ସେଣ୍ଟରର 10 ଜଣ ଅଟିଜିମ ପିଲାଙ୍କ ଥେରାପି ଦାଇତ୍ୱ ବହନ କରିଥିବା ସାମାଜିକ ଅନୁଷ୍ଠାନ ପ୍ରଶାନ୍ତି ଏଜୁକେସନଲ ଏଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟ ଏବଂ ୟୁନିଟ 2 ଗାର୍ଲସ ହାଇସ୍କୁଲ ପୁରାତନ ଛାତ୍ରୀମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଆଇ ଆର ସି ଭିଲେଜ ସ୍ଥିତ ଥେରାହୋମ କେନ୍ଦ୍ରଠାରେ ଅଭିଜ୍ଞ ଥେରାପିଷ୍ଟ ମାନେ ଅଟିଜିମର ଶିକାର ପିଲାମାନଙ୍କୁ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ଥେରାପି ପ୍ରଦାନ କରିଥିଲେ | ପ୍ରଶାନ୍ତି ଏଜୁକେସନଲ ଏଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟ ଏବଂ ରୋଟାରୀ କ୍ଳବ ଅଫ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ପକ୍ଷରୁ ତୃତୀୟ ଥର ପାଇଁ ଆୟୋଜିତ ଏହି ନିଃଶୁକ୍ଳ ଥେରାପି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ | ଏହି ଅବସରରେ ପ୍ରଶାନ୍ତି ଏଜୁକେସନଲ ଏଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ତପସ୍ୱିନୀ ପଣ୍ଡା କହିଥିଲେ କି,ଆମେ ଆମ ସାଧ୍ୟ ମତେ 10 ଜଣ ପିଲାଙ୍କୁ ନିଃଶୁକ୍ଳ ଥେରାପି ପ୍ରଦାନ କରିଆସୁଛୁ | ମାତ୍ର ଭୁବନେଶ୍ୱର ଆଉ ତାର ଆଖପାଖ ଅଞ୍ଚଳରେ ଏମିତି ବହୁ ପିଲା ଅଛନ୍ତି ଯେଉଁମାନେ ଅର୍ଥାଭାବରୁ ଠିକ ସେ ଚିକତ୍ସା ପାଇପାରୁନାହାନ୍ତି | ତେଣୁ ସମାଜର ପ୍ରତିଷ୍ଠିତ ଓ ଆର୍ଥିକ ସୁଦୃଢ଼ ଥିବା ବ୍ୟକ୍ତିବିଶେଷ ମାନେ ଏଭଳି ସେବା କାମ ପାଇଁ ସହଯୋଗର ହାତ ବଢାଇବା ଆବଶ୍ୟକତା ରହିଛି | ଅନ୍ୟମାନଙ୍କ ମଧ୍ୟରେ କଳ୍ପନା ଦାସ, ଜ୍ୟୋତ୍ସ୍ନା ପୃଷ୍ଟି, ନିରୁପମା ଭଞ୍ଜ, ସୁନନ୍ଦା ଆଚାର୍ୟ୍ଯ, ସ୍ନିଗ୍ଧା ଦାସ, ଡ଼ ରେଖା ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ |
