ବିବାହ ସାରି ଫେରିବା ବେଳେ ଭୟଙ୍କର ସଡକ ଦୁର୍ଘଟଣା ; ୭ ଜଣଙ୍କ ମୃତ୍ୟୁ

ବେଙ୍ଗାଲୁରୁ : ବିବାହ ସାରି ଫେରିବା ବେଳେ ଭୟଙ୍କର ସଡକ ଦୁର୍ଘଟଣା। ଗଛରେ ପିଟି ହୋଇଗଲା ଗାଡି। ଘଟଣା ସ୍ଥଳରେ ହିଁ ଆଖିବୁଜିଲେ ୭ ଜଣ। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି କର୍ଣ୍ଣାଟକର ଧାରୱାଡ ଜିଲ୍ଲାରେ।

ସୂଚନା ମୁତାବକ, ଆଜି ଭୋରୁ ଏହି ଦୁର୍ଘଟଣା ଘଟିଛି। ବିବାହରେ ସାରି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ କାର୍‌ଟି ଏକ ଗଛରେ ଯାଇ ପଟି ହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଗାଡିରେ ମୋଟ ୨୧ ଜଣ ଥିଲେ।

ସେପଟେ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଜାରି ରଖିଛି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ପୁଲିସ କହିଛି, ‘ତଦନ୍ତ ଜାରି ରହିଛି। ଆଇପିସି ଧାରା ୩୦୪ ଅନୁଯାୟୀ ମାମଲା ରୁଜୁ ହୋଇଛି।’

ସୂଚନା ମୁତାବକ, ରାଜଧାନୀ ବେଙ୍ଗାଲୁରୁ ସମେତ କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ଗତ କିଛି ଦିନ ହେବ ଲଗାତର ବର୍ଷା ଜାରି ରହିଛି। ଏଥିଯୋଗୁ ରାଜ୍ୟର କିଛି ଅଞ୍ଚଳରେ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି। ମଙ୍ଗଳବାରରୁ ଲାଗି ରହିଥିବା ବର୍ଷା ଯୋଗୁଁ ରାଜ୍ୟର କିଛି ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଭର୍ତ୍ତି ହୋଇଯାଇଛି। ଫଳରେ ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

Leave a Reply

Your email address will not be published. Required fields are marked *