କ୍ୟାପିଟାଲ ବାଳିକା ହାଇସ୍କୁଲର ପୁରାତନ ଛାତ୍ରୀମାନ ବନ୍ଧୁ ମିଳନ

ଭୁବନେଶ୍ୱର : 75 ତମ ସାଧାରଣତନ୍ତ୍ର ଦିବସ ଅବସରରେ ୟୁନିଟ 2 କ୍ୟାପିଟାଲ ବାଳିକା ହାଇସ୍କୁଲ ପୁରାତନ ଛାତ୍ରୀମାନଙ୍କ ଦ୍ୱାରା ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇ ଯାଇଅଛି | ଇନ୍ଦ୍ରଧନୁ ମାର୍କେଟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 1988 ମସିହାରେ ୟୁନିଟ 2 କ୍ୟାପିଟାଲ ବାଳିକା ହାଇସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀ ମାନେ ଏକାଠି ହୋଇଥିଲେ | ସ୍କୁଲ ସାଙ୍ଗ ମାନେ ଏକାଠି ହୋଇ ପୁରୁଣା ସ୍ମୃତି ସବୁକୁ ମନେ ପକାଇଥିଲେ | ପିଲାଛୁଆ ଜଂଜାଳ ସହ ପାରିବାରିକ ଭଲମନ୍ଦର ଆଲୋଚନା ଭିତରେ ସ୍କୁଲ ବେଳର ଖଟା ମିଠା ଅନୁଭୂତି ପରିବେଶକୁ ଭାବବିହ୍ୱୋଳ କରିଥିଲା |
ବର୍ତ୍ତମାନ କିଏ କର୍ମଜୀବି ତ ଆଉ କିଏ ଗୃହିଣୀ | ହେଲେ ଆଜି ପାଲଟିଯାଇଥିଲେ ସମସ୍ତେ ସେଇ ସ୍କୁଲ ବେଳର କିଶୋରୀ | ପରସ୍ପର ଭିତରେ ଭାବର ଆଦାନପ୍ରଦାନ ସହ ସମୟ କେତେବେଳେ କଟିଯାଇଥିଲା ଜଣାପଡ଼ିନଥିଲା | ବିଦାୟ ବେଳେ ଆଖି ଛଳଛଳ ହୋଇ ଆସିଥିଲା ସମସ୍ତଙ୍କର | ବର୍ଷରେ ଥରେ ଏମିତି ଏକାଠି ହେବାର ପ୍ରତିଶୃତି ସହ ସମସ୍ତେ ଘରକୁ ଲେଉଟିଥିଲେ | ସ୍କୁଲର ପୁରାତନ ଛାତ୍ରୀ ତପସ୍ୱିନୀ ପଣ୍ଡାଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସୁନିତା, ଭାସ୍ଵତି, ଇତିଶ୍ରୀ, ଉର୍ମିଳା, ସବିତା, ସସ୍ମିତା, ହରପ୍ରିୟା, ପ୍ରଣତି, ସାଗରିକା, ନିବେଦିତା, ମୌସୁମୀ, ଦିପାଲିକ ସମେତ ପ୍ରାୟ 20 ରୁ ଉର୍ଧ ପୁରାତନ ଛାତ୍ରୀ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *