ରାଜ୍ୟରେ ଦିନକରେ ଆଉ ୨୦୫ କୋରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ ।

ସଂଗରୋଧରୁ ୧୧୯ ଓ ସ୍ଥାନୀୟ ଅଞ୍ଚଳରୁ ୮୬ ରୋଗୀ ଚିହ୍ନଟ । ୨୦୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୫ ଜଣ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୭ କୋରୋନା ଆକ୍ରାନ୍ତ ଚିହ୍ନଟ ।ସୁନ୍ଦରଗଡ଼ ୨୨, କଟକ ୧୦, ଯାଜପୁର ୬, ବାଲେଶ୍ବର ୫, ବୌଦ୍ଧ ୫, ମୟୂରଭଞ୍ଜ ୫,ନୟାଗଡ଼ ୪, ଜଗତସିଂହପୁର ୩, କଳାହାଣ୍ଡି ୩, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୨, ବରଗଡ଼ ୧, ଦେବଗଡ଼ ୧, ଗଞ୍ଜାମ ୧, ପୁରୀ ୧ ,ରାୟଗଡ଼ା ଏବଂ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୩କୁ ବୃଦ୍ଧି । ଏଯାଏ ସୁସ୍ଥ ହେଲେଣି ୧୦ ଲକ୍ଷ ୩୬ ହଜାର ୨୩୦ ଜଣ ରୋଗୀ । ୨ ହଜାର ୩୨୭ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ । ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କିଲର ଭାଇରସ କୋରୋନା । ଭୁବନେଶ୍ବରରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୩୯୩କୁ ବୃଦ୍ଧି ।

Leave a Reply

Your email address will not be published. Required fields are marked *