ମଦର ପକ୍ଷରୁ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳିତ

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ମଦର ପକ୍ଷରୁ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳନ ହୋଇଯାଇଅଛି । ମଦର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବ୍ୟକ୍ତି ମାନେ ପୁର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶ୍ଵ ସ୍ତରୀୟ ଦକ୍ଷ ତଥା ବ୍ୟକ୍ତିତ୍ୱରେ ନିଆରା ପରିଚୟ ଥିବା ସ୍ପଷ୍ଟବାଦୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇବା ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଂଜଳି ଜଣାଇଥିଲେ । ଏହି ଅବସରରେ ମଦର ଅନୁଷ୍ଠାନର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରମୋଦ ଦାସ ବାଜପେୟୀଙ୍କ ନେତୃତ୍ଵରେ ଭାରତର ବିକାଶ ଗାଥା ଉପରେ ଆଲୋକପାତ କରିଥିଲେ । କାରଗିଲ ବିଜୟ, ପରମାଣୁ ପରୀକ୍ଷଣ ସହ ଟେକ୍ନୋଲୋଜି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବାଜପେୟୀଙ୍କ ଦକ୍ଷତା ଉପରେ ଉପସ୍ଥିତ ବ୍ୟକ୍ତିବିଶେଷ ମାନେ ମତ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଦରର ସଂପାଦିକା ସସ୍ମିତା ଦାସ, ଦିପ୍ତିଶ୍ରୀ ନାୟକ, ବିଶିଷ୍ଟ ଯୁବ ସାମାଜିକ କର୍ମୀ ନବକାନ୍ତି ମାଝୀ, ଲଗ୍ନଜିତା ପରିଡ଼ା, ମଣ୍ଟୁ ମଲ୍ଲିକ, ବିଶିଷ୍ଟ କବି ବିପିନ୍ ମହାନ୍ତି ଏବଂ ପୁରବୀ ଶତପଥୀ ପ୍ରମୁଖ ଉପସ୍ଥିତ ଥାଇ ବାଜପେୟୀଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ କୁନି କଳାକାର ଫିଓନା ଓ ମିଲନ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *