ବିଦେଶରେ ଡାକ୍ତରୀ ଶିକ୍ଷାର ସ୍ବପ୍ନ ପୁରଣ କରୁଛି ଗ୍ଲୋବାଲ୍ ଫୋକସ୍ ଏଜୁକେସନ୍‌

ଭୁବନେଶ୍ଵର : ଡାକ୍ତରମାନେ ହେଉଛନ୍ତି ଭଗବାନ ସଦୃଶ। ରୋଗୀ ସେବା ସେମାନଙ୍କ ପରମ କର୍ତ୍ତବ୍ୟ । ଏହି କ୍ରମରେ ବିଦେଶରେ ଡାକ୍ତରୀ ଶିକ୍ଷା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ସ୍ଵପ୍ନ ଓ ଅଭିସା ପୂରଣ ପାଇଁ ଗ୍ଲୋବାଲ୍ ଫୋକସ୍ ଏଜୁକେସନ୍ ପ୍ରା.ଲି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସଂସ୍ଥା ପକ୍ଷରୁ ରବିବାର ଜୟଦେବ ଭବନରେ ଆୟୋଜିତ ବାର୍ଷିକ ସେମିନାର୍‌ରେ ବିଶିଷ୍ଟ ଅତିଥିମାନେ ମତପ୍ରକାଶ କରିଛନ୍ତି। ସେମାନେ କହିଥିଲେ ଯେ ବିଦେଶରେ ଡାକ୍ତରୀ ଶିକ୍ଷା ଗ୍ରହଣ ପାଇଁ ବହୁ ଶିକ୍ଷାର୍ଥୀ ସ୍ଵପ୍ନଭିଳାଷୀ ହୋଇଉଠିଥାନ୍ତି ଯାହାକି ଗ୍ଲୋବାଲ୍ ଫୋକସ୍ ଏଜୁକେସନ୍ ନିର୍ବାହ କରିବାରେ ସମର୍ଥ ହୋଇପାରିଛି । ଏ କ୍ଷେତ୍ରରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅବଦୁଲ ଜାହିର୍‌ଙ୍କ ଦୂରଦୃଷ୍ଟିସଂପନ୍ନ ନେତୃତ୍ବ, ଚିନ୍ତାଧାରା ବିଦେଶରେ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୂରପ୍ରସାରୀ କରିବାରେ ସମର୍ଥ ହୋଇପାରିଛି। ଏହି ସେମିନାର୍‌ରେ ଖ୍ୟାତିସଂପନ୍ନ ଡାକ୍ତର, ଶିକ୍ଷାବିତ୍ ଓ ସ୍ଵେଚ୍ଛାସେବୀଙ୍କ ଉପସ୍ଥିତି ତଥା ସେମାନଙ୍କ ସୁଚିନ୍ତିତ ମତାମତ ଏହି ସେମିନାର୍‌କୁ ସଫଳତାର ଶୀର୍ଷରେ ପହଞ୍ଚାଇବାରେ ସହାୟକ ହୋଇପାରିଛି । ବର୍ଷ ବର୍ଷ ଧରି ବିଦେଶରେ ମେଡିକାଲ ଶିକ୍ଷା ପାଇଁ ଏହି ଅନୁଷ୍ଠାନ ଆଗ୍ରହୀ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ସହଯୋଗ ଯୋଗାଇ ଆସୁଛି। ପୃଥିବୀର ବହୁ ସମ୍ମାନଜନକ ବିଶ୍ବବିଦ୍ୟାଳୟରେ ଶିକ୍ଷାର୍ଥୀମାନେ ମେଡିକାଲ ଶିକ୍ଷା ଗ୍ରହଣ କରିବା ସହ ଗତ ୧୦ ବର୍ଷ ମଧ୍ୟରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଫରେନ୍ ମେଡିକାଲ ଗ୍ରାଜୁଏସନ୍ ଏକଜାମିନେସନ୍‌ରେ କୃତିତ୍ଵ ହାସଲ କରି ଓଡ଼ିଶାର ସରକାରୀ ଓ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଯୁକ୍ତି ପାଇ ସୁଚାରୁରୂପେ ସେମାନଙ୍କର ଦାୟିତ୍ଵ ତୁଲାଉଛନ୍ତି । ବିଦେଶରେ ମେଡିକାଲ ଶିକ୍ଷା ସଂପର୍କ ସହ ସେଠାକାର ସଂସ୍କୃତି ଓ ଚାଲିଚଳଣି ସମ୍ପର୍କରେ ଆଗ୍ରହୀ ଶିକ୍ଷାର୍ଥୀମାନଙ୍କୁ ସମ୍ୟକ୍ ସୂଚନା ଦେବା ଏହି ସେମିନାର୍‌ର ମୁଖ୍ୟ ଉଦ୍ଦେଶ୍ୟ ।

Leave a Reply

Your email address will not be published. Required fields are marked *