ଭାରତୀୟ ଯବାନ କିଷାନ ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଭାରତୀୟ ଯବାନ କିଷାନ ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରେ ଅନୁଷ୍ଠିତ ହୋଇଯାଇଛି | ଯେଉଁଥିରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ସଂଯୋଜକ ଓ ଦଳର ସଦସ୍ୟ ମାନେ ଯୋଗଦେଇଥିଲେ l ଏହି ଦଳ ରେ ପ୍ରତ୍ୟକ କୃଷକ ସମାଜ ଓ ସାମରିକ ବାହିନୀ ବା ଅର୍ଦ୍ଧସାମରିକ ବାହିନୀ ର ଅବସର ପ୍ରାପ୍ତ ସୈନିକ ସାମିଲ ହୋଇଛନ୍ତି ଯେଉଁମାନେ ଦେଶ ପାଇଁ ନଜ ଜୀବନକୁ ଉତ୍ସାର୍ଗ କରିଛନ୍ତି lଏହା ଏକ ଦେଶପ୍ରେମୀ ଦଳ ଭାବେ ଗାଢ଼ ହେବ ଓ ଦେଶ ରେ ଭ୍ରଷ୍ଟାଚାର କୁ ସମୁର୍ଣ୍ଣ ଭାବେ ଦମନ କରିବ ଓ ଦେଶର ସମସ୍ତ ନାଗରିକ ମାନଙ୍କୁ ସମାନ ଅଧିକାର ଦେବl

ଏହି ଦେଶ ର ସୁରକ୍ଷା ଦାତା ଜଣେ ସୈନିକ ବା ଜବାନ ଓ ଦେଶ ର ଅର୍ଣ୍ଣ ଦାତା ଗୋଟିଏ କିଷାନ, ଜଣେ ଯବାନ ଜୀବନ କୁ ବାଜି ଲଗାଇ ଦେଶ ର ସୁରକ୍ଷା କରୁଛି ଓ ଜଣେ କୃଷକ ଅକ୍ଲାନ୍ତ ପରିଶ୍ରମ କରି ଆମମାନଙ୍କୁ ଅର୍ଣ୍ଣ ଦେଉଛି l ଦେଶ ର 80% ନାଗରିକ କିଷାନ କିମ୍ଵା ଯବାନ ମାନଙ୍କ ପରିବାର ରୁ ଆସନ୍ତି l କିନ୍ତୁ ଦୁର୍ଭାଗ୍ୟ ର କଥା ଯେ ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପରେ ବି ଆଜି କୃଷକସମାଜ ଓ ସୈନିକ ପରିବାର ପ୍ରତ୍ୟକ କ୍ଷେତ୍ର ରେ ଅବହେଳିତ ଓ ନିଷ୍ପେସିତ l ଏଠାରେ ବଡ଼ବଡ଼ ପୁଞ୍ଜି ପତି ମାନେ ସେହି କୃଷକ ଦ୍ୱାରା ଉପାର୍ଜିତ ଖାଦ୍ୟ ଶସ୍ୟ କୁ ନେଇ ବ୍ୟାପାର କରୁଛନ୍ତି କିନ୍ତୁ ଗୋଟିଏ କୃଷକ କୁ ତାର ସର୍ବନିମ୍ନ ମୂଲ୍ୟ ଦେଇପାରୁନାହାନ୍ତି l ଯେଉଁ ଜବାନ ଦେଶ ପାଇଁ ବଳି ଦାନ କରୁଛି ତାକୁ ଚାରି ବର୍ଷ ପରେ ଚାକିରୀ ରୁ ବାହାର କରିଦିଆଯାଉଛି ଓ ପେନସନ ରୁ ବଂଚିତ କରାଯାଉଛି କିନ୍ତୁ ଦିନେ ଦୁଇଦିନ MLA/MP ହୋଇଗଲେ ତାକୁ ଆଜୀବନ ପେନସନ ଯୋଗାଇଦିଆଯାଉଛି l

ଓଡିଶା ର ଅନେକ ଜାଗାରେ ଲୋକଙ୍କ ପାଖରେ ସମାଜକ ସୁରକ୍ଷା ପହଂଚି ପାରିନାହିଁ l ଅନେକ ଅଞ୍ଚଳ କୁ ରାସ୍ତା ର ସୁବିଧା ନାହିଁ l ଏହି ଦଳ ଭାରତ ର କିଷାନ ଓ ପୂର୍ବତନ ସୈନିକ ନେତା ମାନଙ୍କୁ ନେଇ ଗଠିତ ଯାହା ସମାଜ ର ସମସ୍ତ ଶ୍ରେଣୀ ର ଲୋକ ମାନଙ୍କ ସମାନ ସ୍ୱାସ୍ଥ୍ୟ, ସମାନ ଶିକ୍ଷା, ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେବ lଭାରତୀୟ ଯବାନ କିଷାନ ପାର୍ଟି ନୂଆକରି 2024 ସାଧାରଣ ନିର୍ବାଚନରେଭାଗ ନେଉଛି lଏହି ଦଳ ଭାରତ ର ପ୍ରତ୍ୟେକ ଲୋକସଭା ଆସନ ରେ ଓ ଓଡିଶା ରେ ବିଧାନସଭା ଆସନ ରେ ପ୍ରତିନିଧି ଦେବ ଓ ଆଗାମୀ ଦିନରେ 250 ଲୋକସଭା ଆସନ ଜିତି ସରକାର କରିବ l

ଦେଶରେ ରାଜନୈତିକ ଦଳ ଟିକେଟ ପାଇଁ ପଇସା ସଉଦା କରାଯାଉଛି ଓ ବଡ଼ବଡ଼ ପୁଞ୍ଜିପତି ଓ ଅପରାଧୀ ମାନଙ୍କୁ ଟିକେଟ ବଣ୍ଟା ଯାଉଛିକିନ୍ତୁ ଭାରତୀୟ ଯବାନ କିଷାନ ପାର୍ଟିସମାଜ ର ପ୍ରତ୍ୟକ ସ୍ତର ର ଜନନାୟକ ଙ୍କୁ ନେତୃତ୍ୱ ପାଇଁ ସୁଯୋଗ ଦେବ l ଓଡିଶା ର କାର୍ଯ୍ୟକାରିଣୀ ସଦସ୍ୟ ମାନେ ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ଯେ ଭାରତୀୟ ଯବାନ କିଷାନ ପାର୍ଟିକୁ ସହଯୋଗ କରନ୍ତୁ ଓ ଉତ୍ତମ ରାଷ୍ଟ୍ର ନିର୍ମାଣ ପାଇଁ ଆଗାମୀ ନିର୍ବାଚନ ରେ ଏହି ଦଳ କୁ ଭୋଟ କରନ୍ତୁ l ଅଜି ଭାରତୀୟ ଯବାନ କିଷାନ ପାର୍ଟିର ରାଷ୍ଟ୍ରୟ ଉପସଭାପତି କେ ଏନ ନାୟାର, ରାଷ୍ଟ୍ରୀୟ ମହାସଚିବ ସୁରେଶ କୁମାର ଓ ରାଷ୍ଟ୍ରୀୟ ସଂଯୋଜକ ରାଧାକୃଷ୍ଣନ ପି କେ ଆସି ଓଡିଶା ରେ ଭାରତୀୟ ଯବାନ କିଷାନ ପାର୍ଟିର ନିର୍ବାଚନ କମିଟି ଗଠନ କରିଛନ୍ତିଯେଉଁଥିରେ ଶ୍ରୀ ଉମେଶ କୁମାର ଚଇନି ଙ୍କୁ ରାଜ୍ୟ ମୁଖ୍ୟ ସଂଯୋଜକ, ଶ୍ରୀ ରଞ୍ଜନ କର ଙ୍କୁ ସହ ସଂଯୋଜକ, ଶ୍ରୀ ହିମାଂଶୁ ନାୟକ ଙ୍କୁ ସହ ସଂଯୋଜକ ଓ ମେଡିଆ ପ୍ରଭାରୀ, ଶ୍ରୀମତୀ ବିଦୁଲତା ଓଝା ଙ୍କୁ ମହିଳା ସଂଯୋଜିକା,ଶ୍ରୀ ଚକ୍ରାନ୍ତ ଜେନା ଙ୍କୁ ଉତ୍ତର ଓଡିଶା ସଂଯୋଜକ ଓ ଶ୍ରୀ ଗୁରୁଚରଣ ହେମ୍ବ୍ରମଙ୍କୁ ପୂର୍ବ ଓଡିଶା ସଂଯୋଜକ ଭାବେ ନିଯୁକ୍ତି କରିଛନ୍ତି l

Election Manifasto

  1. ଦେଶରେ ଜାତି ଧର୍ମ ର ରାଜନୀତି ବନ୍ଦ କରିବା
  2. ମହଙ୍ଗା କମ କରିବାକୁ ପ୍ରୟାସ କରିବ l
  3. କ୍ରାଇମ୍ ରେଟ କୁ କମ କରିବ ଓ ଅବୈଧ ନିଶା ସେବନ କୁ ବନ୍ଦ କରିବ l
  4. ରାଜନେତା ମାନଙ୍କ ପେନସନ ବନ୍ଦ କରିବ l
  5. ଦେଶ ରେ ଏକ ଶିକ୍ଷା ନୀତି କୁ ଲାଗୁ କରିବ ଓ ପ୍ରାଇଭେଟ ବିଦ୍ୟାଳୟ ପ୍ରଥା କୁ ବନ୍ଦ କରିବ l
  6. ସମସ୍ତ ଙ୍କୁ ସମାନ ଓ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବ ପ୍ରାଇଭେଟ ହସ୍ପିଟାଲ ନୀତି କୁ ବନ୍ଦ କରି ସମସ୍ତ ହସ୍ପିଟାଲ କୁ ସରକାରୀ ହସ୍ପିଟାଲ ରେ ପରିଣତ କରିବ l
  7. କୃଷକ ମାନଙ୍କ ପାଇଁ ବିଜୁଳି ଓ ପାଣି ଫ୍ରି କରାଇବା
  8. ରୋଜଗାର ଯୁକ୍ତ ଶିକ୍ଷା ନୀତି ପ୍ରଚଳନ କରାଇବା
  9. ମହିଳା ମାନଙ୍କୁ ସାମାଜିକ ନ୍ୟାୟ ଦେବା
  10. କୃଷକ ମାନଙ୍କୁ ସୋଲାର ବିଜୁଳି ପାଇଁ 80% ରିହାତି ଦେବା l
  11. ଜବାନ ମାନଙ୍କୁ ପୂର୍ଣ୍ଣ OROP ଲାଗୁ କରାଇବା
  12. ଅଗ୍ନିବୀର ଯୋଜନ କୁ ବନ୍ଦ କରି ସୈନିକ ମାନଙ୍କୁ ନିୟମିତ କରିବl
  13. କୃଷକ ମାନଙ୍କୁ MSP ଲାଗୁ କରାଇବା

Leave a Reply

Your email address will not be published. Required fields are marked *