ଆସନ୍ତା ୧୬ରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହୋତ୍ସବ ଓ ୩୦ତମ ବିଗ୍ରହ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଆସନ୍ତା ୧୬ ତାରିଖ ଦିନ ଠାକୁର ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହୋତ୍ସବ ଓ ୩୦ତମ ବିଗ୍ରହ ପ୍ରତିଷ୍ଠା ଦିବସ ଜନତା ମଇଦାନ ପରିସରରେ ଅନୁଷ୍ଠିତ ‌ହେବ। ଏହି ଦିନ ବ୍ରାହ୍ମ ମୁହୂର୍ତ୍ତରୁ ବେଦ ମାଙ୍ଗଳିକୀ କାର୍ଯ୍ୟକ୍ରମ ଆରମ୍ଭ ହୋଇ ନଗର କୀର୍ତ୍ତନ, ସଙ୍ଗୀତାଞ୍ଜଳି, ସତ୍‌ସଙ୍ଗ ମେଡିକାଲ ଆସୋସିଏସନ୍‌ ପକ୍ଷରୁ ଚିକିତ୍ସା ଶିବିର, କୁନିକୁନି ପିଲାଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ।

ଏଥିସହିତ ଏକ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥ‌ା କରାଯିବ ବୋଲି ଆଜି ସତ୍‌ସଙ୍ଗ ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ସୂଚନା ଦିଆଯାଇଛି। ଭୁବନେଶ୍ବର ସତ୍‌ସଙ୍ଗ ମନ୍ଦିରର ସଦସ୍ୟ ମନୋଜ ରଞ୍ଜନ ଲେଙ୍କା, ଚନ୍ଦ୍ରକାନ୍ତ ଓଝା, ଦିଲୀପ କୁମାର ପରିଡ଼ା, ଅକ୍ଷୟ କୁମାର ସ୍ବାଇଁ, ଦେବେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *