ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ତରଫରୁ ଦୁଇଦିନିଆ ମହିଳା ଓ ଶିଶୁ ଅଧ୍ୟାର ଜାତୀୟ ସମାବେଶ

ଭୁବନେଶ୍ୱର : ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ତରଫରୁ ଦୁଇଦିନିଆ ମହିଳା ଓ ଶିଶୁ ଅଧ୍ଵକାର ଜାତୀୟ ସମାବେଶ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ଏବଂ ମାନ୍ୟବର ସାସଂଦ ପ୍ରଶାନ୍ତ ନନ୍ଦ ଉଦ୍‌ଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ଜୁଏଲ ଓରାମ ଯୋଗ ଦେଇଥିଲେ । ସମ୍ମାନିତ ଭାବେ ଭଣ୍ଡାରୀ ପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ରାଜ୍ୟ ମହିଳା କମିଶନର ଡଃ ମିନତୀ ବେହେରା, ଉତ୍କଳ ପ୍ରସଙ୍ଗ ଓଡ଼ିଆ ରିଭ୍ୟୁର ସମ୍ପାଦିକା କସ୍ତୁରୀ ମହାପାତ୍ର, ପୂର୍ବତନ ସୂଚନା କମିଶନର ଶଶିପ୍ରଭା ବିନ୍ଧାଣୀ, ଇନ୍‌ଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ, ହିନ୍ଦୁ ୟୁନିଭରସିଟି ବନାରସର ଡଃ ତ୍ରିଭୂବନ ମହାପାତ୍ର, ଡ଼େଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ପ୍ରମୁଖ ଯୋଗଦେଇ ମହିଳାଙ୍କ ଉପରେ ନିର୍ଯ୍ୟାତନା, ମହିଳାମାନଙ୍କ ରାଜନୈତିକ ଅଧିକାର ଉପରେ ଆଲୋକପାତ କରିଥିଲେ । ମାତୃଶକ୍ତି ବଞ୍ଚିଲେ ଦେଶ ବଞ୍ଚିବ । ଦେଶରେ ଅନ୍ୟାୟ, ଅନୀତି, ଆତ୍ୟାଗର ଓ ଦୁର୍ନୀତିକୁ ଦମନ କରିବାରେ ମହିଳାଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ଅତିଥ୍ ମାନେ ମତବ୍ୟକ୍ତ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟ ଅଧବେଶନ ନିରୂପମା ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଃ ସୁରେନ୍ଦ୍ର ମୋହନ ମିଶ୍ର ଏବଂ ସୁପ୍ରିମକୋର୍ଟର ଆଇନଜୀବୀ ଡଃ ଜନ୍ମେଜୟ ରାୟ, ଅଲ ଇଣ୍ଡିଆ ସ୍ପିରିଚୁଆଲ କମିଟିର ନିର୍ଦ୍ଦେଶିକା ମାତାଜୀ ପ୍ରଭାକିରଣ, ଆଇନଜୀବୀ ସ୍ନିଗ୍ଧା ପାଣିଗ୍ରାହୀ, ସୋନାଲି ସାହୁ ପ୍ରମୁଖ ଯୋଗ ଦେଇ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କର ସ୍ଥିତି ଏବଂ ରାଜନୈତିକ ଅଧିକାର ଉପରେ ଆଲୋକପାତ କରିଥିଲେ । ବିଶେଷ ଭାବରେ ଆମ ଦେଶ ଓ ରାଜ୍ୟରେ ମହିଳାମାନଙ୍କ ସ୍ଥିତି ଉପଯୁକ୍ତ ସ୍ତରର ନୁହେଁ । ସେମାନଙ୍କର ଅବହେଳା, ପ୍ରବଞ୍ଚନା, ପୀଡ଼ନର ସମ୍ବାଦ ବହୁ ସମୟରେ ଆସୁଛି । ଶାସନ ପ୍ରଶାସନ ତଥା ନାଗରିକ ସମାଜ ଏ ଦିଗରେ ଅଧିକ ସମ୍ବେଦନଶୀଳ ଓ କ୍ରିୟାଶୀଳ ହେବାର ଆବଶ୍ୟକତା ଆମେ ସମସ୍ତେ ଅନୁଭବ କରୁଥାଏଁ। ଅନ୍ୟପକ୍ଷରେ ମହିଳାମାନେ ଯାବତୀୟ ଅଧୂକ ସଂଗଠିତ ହୋଇ ସମୂହଶକ୍ତି, ଦାବୀ ଉପସ୍ଥାପନ, ନୀତିଗତ ଓକିଲାତି ଓ କାର୍ଯ୍ୟକୌଶଳଗତ ମୂଲଋଲ ଜରିଆରେ ହକ୍ ହାସଲର ଉଦ୍ୟମ କରିବା ମଧ୍ୟ ଦରକାର । ଏହା ପୁଣି ନିରନ୍ତରଭାବେ ହେବା ଆବଶ୍ୟକ । ପ୍ରମୁଖ ବିଦ୍ୟାପୀଠ/ବିଶ୍ଵବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ବୁଦ୍ଧିଜୀବୀ, ଗଣମାଧ୍ୟମଙ୍କର ମଧ୍ୟ ଏ ଦିଗରେ ସମର୍ଥନ ଓ ସହଯୋଗ ଜରୁରୀ । କାରଣ ଏହା ମହିଳା ସପକ୍ଷ କାର୍ଯ୍ୟ ମାତ୍ର ନୁହେଁ, ଏହା ଏକ ବୃହତ୍ତର ସାମାଜିକ ଦାୟିତ୍ଵ ଓ କର୍ତ୍ତବ୍ୟ । ଆମ୍ବ ପରିଚୟରେ କହିବୁ ଯେ ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ଏକ ରାଜ୍ୟସ୍ତରୀୟ ମହିଳା ମଞ୍ଚ ଯାହା ପ୍ରଧାନତଃ ମହିଳା ଓ ଶିଶୁ ଅଧୃକାର ସାବ୍ୟସ୍ତ କରିବା ପାଇଁ କାର୍ଯ୍ୟ କରିଥାଏ । ଏହି ସଂଗଠନ କୌଣସି ପ୍ରକାର ପ୍ରୋଜେକ୍ଟ ବେସ କିମ୍ବା ଆର୍ଥିକ ଅନୁଦାନ ଉପରେ କାମ କରେନାହିଁ । ଏହି ପରିପ୍ରେକ୍ଷୀରେ ସନ୍ଧ୍ୟା ୬ ଘଟିକା ସମୟରେ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ସମାଜରୁ ଅନ୍ୟାୟ, ଦୁର୍ନୀତି ଓ ଭ୍ରଷ୍ଟାଚାର ଲୋପ ପାଇଁ ସହସ୍ରାଧୂକ ମହିଳା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମର ଏହି ଭବ୍ୟ ସମାବେଶକୁ ପରିସ୍ଖଳନା କରିଥିଲେ । ଏହି ସମାବେଶରେ ୭ଟି ରାଜ୍ୟ ଏବଂ ୩୦ ଜିଲ୍ଲା ସଦସ୍ୟମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *