ଅଙ୍ଗନବାଡ଼ି କର୍ମୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର,ହତ୍ୟା ଅଭିଯୋଗ

ଜୟପୁର : ଗତକାଲି ରାତିରୁ ନିଖୋଜ ଥିଲେ ଅଙ୍ଗନବାଡି କର୍ମୀ। ଆଜି ସକାଳେ ଜଙ୍ଗଲରୁ ମିଳିଲା ମୃତଦେହ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ସୌରାକୁହୁଡି ଗାଁରେ। ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କ ନାଁ ବାସନ୍ତୀ ସୌରା। ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଗତକାଲି ରାତିରେ ବାସନ୍ତୀ ଘରୁ କୁଆଡ଼େ ପଳାଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ। ଏନେଇ ପରିବାର ଲୋକେ ଗତକାଲି ରାତିରେ ଥାନାରେ ଅଭିଯୋଗ କରିଥିଲେ।

ଆଜି ସକାଳେ ବାସନ୍ତୀଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତ଼ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ବାସନ୍ତୀଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କୁ ମୁହଁରେ କଟା ଦାଗ ରହିଛି।

Leave a Reply

Your email address will not be published. Required fields are marked *