ଦୃଷ୍ଟିବାଧିତ ଦିବ୍ୟାଙ୍ଗ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ

ଭୁବନେଶ୍ୱର : ସାମାଜିକ ସଂଗଠନ ପ୍ରଶାନ୍ତି ଏଜୁକେଶନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆଜି ସ୍ଥାନୀୟ ଖଣ୍ଡଗିରି ଠାରେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଅଛି । ପିଇସିଟିର ଅଧ୍ୟକ୍ଷା ତଥା ଜଣାଶୁଣା ସାମାଜିକ କର୍ମୀ ତପସ୍ଵିନୀ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ପିଲାଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ଅଫ ଏକାମ୍ର କ୍ଷେତ୍ରର ଡ.ରେଖାଦାସ, ସମାଜସେବୀ ବବିନା ଦାଶ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସୂଚନଯୋଗ୍ୟ ପ୍ରଶାନ୍ତି ଏଜୁକେଶନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପ୍ରତିବର୍ଷ ଅସହ୍ୟ ଜାଡରେ ଅସହାୟ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିବା ସହ ବର୍ଷ ସାରା ବିଭିନ୍ନ ସେବା ଓ ସାମାଜିକ କାର୍ଯ୍ୟରେ ଜଡ଼ିତ ଥାଏ । ତପସ୍ୱିନୀ ପଣ୍ଡାଙ୍କ କହିବା ଅନୁସାରେ, ରାଜଧାନୀ ଭୁବନେଶ୍ବରରେ ଯେଉଁମାନେ ସ୍ୱଚ୍ଛଳ ବର୍ଗ ଅଛନ୍ତି ସେମାନେ ଏମିତି ଅସହାୟ ମାନଙ୍କ ସେବା ଓ ସହାୟତା ପାଇଁ ସ୍ଵତଃ ଆଗେଇ ଆସିବା ଉଚିତ । ଯାହା ଫଳରେ ଏକ ସାମାଜିକ ସମାନତାର ସୁନ୍ଦର ସମାଜ ସୃଷ୍ଟି ହୋଇ ପାରିବ ।

Leave a Reply

Your email address will not be published. Required fields are marked *