କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡାଙ୍କୁ 98 ହଜାର ଟଙ୍କା ମାଗିଥିଲେ ସାଇବର ଠକ

ଭୁବନେଶ୍ୱର: ରାଜ୍ୟରେ ଏବେ ବି ସକ୍ରିୟ ଅଛନ୍ତି ନାଇଜେରିଆ ସାଇବର ଠକ ଗ୍ୟାଙ୍ଗ । ବେଙ୍ଗାଲୁରୁରେ ରହି ଠକେଇର ଅପରେଟ କରୁଛନ୍ତି ସାଇବର ଠକ । ଗତ ୯ ତାରିଖ କ୍ରାଇମବ୍ରାଞ୍ଚ ଏ.ଡି.ଜି ସଞ୍ଜିବ ପଣ୍ଡାଙ୍କୁ ଠକେଇ କରିବାକୁ ଚେଷ୍ଟା କରୁଥିବା ବେଳେ ଠକଙ୍କ ଦୁଇଟି ବ୍ୟାଙ୍କ ଆକାଉଂଟକୁ ବ୍ଳକ କରିଛି କ୍ରାଇମବ୍ରାଂଚ । ସାଇବର ଠକ ବେଙ୍ଗାଲୁରୁର କେଉଁଠି ରହି ଅପରେଟ କରୁଛି, ସେନେଇ ଏବେ ତଦନ୍ତ କରୁଛି ଓଡିଶା କ୍ରାଇମବ୍ରାଞ୍ଚ । ଏହାସହ ପୁଣିଥରେ ରାଜ୍ୟବାସୀଙ୍କୁ ସଚେତନ ହେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିବେଦନ କରାଯାଇଛି । କିଛିଦିନ ତଳେ ଦିଲ୍ଲୀ ପୋଲିସ ବେଙ୍ଗାଲୁରୁରୁ ଦୁଇଜଣ ନାଇଜେରିଆ ଠକକୁ ଗିରଫ କରିଥିଲେ । ତଦନ୍ତ ବେଳେ ଜଣା ପଡିଛି ଏହି ଗ୍ୟାଙ୍ଗ ଆଇ.ଏ.ଏସ୍‌, ଆଇ.ପି.ଏସ ଓ ବଡବଡିଆ ଲୋକଙ୍କୁ ଟାର୍ଗେଟ କରୁଛି । ସେମାନଙ୍କ ସମ୍ପର୍କୀୟଙ୍କ ହ୍ଵାଟ୍ସଆପକୁ ହ୍ୟାକ କରି ହ୍ୱାଟସପରେ ବଡ ପରିମାଣର ଟଙ୍କା ମାଗୁଛନ୍ତି । ଗତ ୯ ତାରିଖରେ ଏହି ଗ୍ୟାଙ୍ଗର ଜଣେ ସଦସ୍ୟ ବେଙ୍ଗାଲୁରରେ ରହି କ୍ରାଇମବ୍ରାଂଚ ଏ.ଡି.ଜି ସଞ୍ଜବ ପଣ୍ଡାଙ୍କୁ ଟଙ୍କା ମାଗିଥିଲା । ଶ୍ରୀ ପଣ୍ଡାଙ୍କ ସମ୍ପର୍କାୟଙ୍କ ନାରେ ଏକ ଆକାଉଂଟ ଖୋଲି ମେସେଜ କରି ୯୮ ହଜାର ଟଙ୍କା ମାଗିଥିଲା । କହିଥିଲା ସ୍ୱାସ୍ଥବସ୍ଥା ଗୁରୁତର ରହିଛି, ଟଙ୍କା ଦରକାର । ଏଡିଜି ଶ୍ରୀ ପଣ୍ଡା ଠକଙ୍କ ସହ ମେସେଜ ଜରିଆରେ କଥାବାର୍ତ୍ତା ବି ହୋଇଥିଲେ । ଟଙ୍କା ପଠାଇବାକୁ ସାଇବର ଠକ ଦୁଇଟି ବ୍ୟାଙ୍କର ଆକାଉଣ୍ଟ ନମ୍ବର ପଠାଇଥିଲା । “ତଦନ୍ତ ବେଳେ ଆମେ ଜାଣିବାକୁ ପାଇଲୁ, ଦୁଇଟି ଆକାଉଣ୍ଟ ନମ୍ବର ମଧ୍ୟରେ ରହିଛି ଏକ ତ୍ରୀପୁରାର ଏସ.ବି.ଆଇ ଆକାଉଣ୍ଟ ଓ ଅନ୍ୟଟି ଗୁଜୁରାଟର ଆଇ.ସି.ଆଇ.ସି.ଆଇ ଆକାଉଣ୍ଟ । ଦୁଇଟି ଆକାଉଣ୍ଟକୁ ଆମେ ପ୍ରଥମେ ବ୍ଳକ କରିଥିଲୁ । ସେହିଭଳି ସାଇବର ଠକ ଯେଉଁ ନମ୍ବରରୁ ମେସେଜ କରିଥିଲେ , ସେ ନମ୍ବରକୁ ମଧ୍ୟ ବ୍ଲକ କରାଯାଇଛି । ବ୍ଳକ ହୋଇଥିବା ଦୁଇଟି ଆକାଉଂଟରୁ ଆମକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି,” କହିଛନ୍ତି କ୍ରାଇମବ୍ରାଞ୍ଚ ଏ.ଡି.ଜି ସଞ୍ଜିବ ପଣ୍ଡା । ରାଜ୍ୟରେ ନାଇଜେରିଆ ସାଇବର ଠକ ଗ୍ୟାଙ୍ଗ ସକ୍ରିୟ ଥିବାରୁ ଜନସାଧାରଣଙ୍କୁ ସଚେତନ କରିଛି କ୍ରାଇମବ୍ରାଞ୍ଚ । ନିଜର ହ୍ୱାଟସପ୍ କ ଟୁ-ଷ୍ଟେପ ଭେରିଫିକେସନ କରିବା ସହ ଅଜଣା ନମ୍ବରକୁ ଟଙ୍କା କିମ୍ବା ତଥ୍ୟ ନଦେବାକୁ ଜନସାଧାରଣଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିବେଦନ କରାଯାଇଛି । ଯେଉଁମାନ ପଖେକୁ ଏଭଳି କିିଛି ମେସେଜ କିମ୍ବା ଫୋନ୍ କଲ ଆସୁଛି, ସେସବୁକୁ ଆଭଏଡ କରିବା ସହ ପୋଲିସ ପାଖ୍‌ରୁ ଅଭିଯୋଗ କରିବାକୁ ଜନସାଧାରଣକୁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *