ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଡଃ ତନ୍ମୟ ତ୍ରିପାଠୀଙ୍କୁ ଜୟଦେବ ଗୌରବ ସମ୍ମାନ ୨୦୨୩ର ସମ୍ମାନୀତ

ଭୁବନେଶ୍ୱର : ବାଲିପାଟଣାରେ ଥିବା ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ବାଲିପାଟଣା ଖେଳପଡିଆ ଠାରେ ଗତକାଲି ଅପରାହ୍ନ ୩ ଘଟିକାରେ ଏକ ସାଧାରଣସଭା ଆୟୋଜନ କରାଯାଇଥିଲା । ତା ପରେ ପରେ ବାଳକାଟି ଗୋଷ୍ଠୀସ୍ବାସ୍ଥ୍ଯ କେନ୍ଦ୍ରରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡଃ ତନ୍ମୟ ତ୍ରିପାଠୀଙ୍କ ଦ୍ବାରା ସ୍ବାସ୍ଥ୍ଯକ୍ଷେତ୍ରରେ ଆମ ବାଲିପାଟଣା ବ୍ଲକ ଏବଂ ବାଳକାଟି ଗୋଷ୍ଠୀସ୍ବାସ୍ଥ୍ଯ କେନ୍ଦ୍ରରେ ସମସ୍ତ ସ୍ବାସ୍ଥ୍ଯସେବା ଯୋଗାଇ ସମସ୍ତଙ୍କୁ ନିରୋଗ ତଥା ସୁସ୍ଥ ରଖିଥିବା ଯୋଗୁଁ ଆଜି ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଡଃ ତନ୍ମୟ ତ୍ରିପାଠୀଙ୍କୁ ଜୟଦେବ ଗୌରବ ସମ୍ମାନ ୨୦୨୩’ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇ ଆମ ବ୍ଲକ ତଥା ଆମ ସମାଜ ପାଇଁ ସ୍ବାସ୍ଥ୍ଯ କ୍ଷେତ୍ରରେ ଆହୁରୀ ଉନ୍ନତିକରି ଜସକ୍ରିତି ଅର୍ଜନ କରୁନ୍ତୁ ବୋଲି ପ୍ରମାଣ ପତ୍ର ସହିତ ଆଓ୍ବାଡ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥୁ ରୂପେ ବିଶିଷ୍ଠବ୍ୟ, ପ୍ରଶାସକ, କଳାକାର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷପରି ଏହିବର୍ଷ ସୁନାମଅର୍ଜନ କରିଥିବା ବ୍ଯାକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା | ଏହିକାର୍ଯ୍ଯକ୍ରମର ସଂଯୋଜକ ଭାବେ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟର ଅଧ୍ଯକ୍ଷ ସତ୍ୟପ୍ରିୟ ବେହେରା କାର୍ଯ୍ଯନିର୍ବାହ କରିଥିଲେ |

Loading

Leave a Reply

Your email address will not be published. Required fields are marked *