- ଗତକାଲି ରାତିରେ ଜଗତସିଂହପୁର ଢିଙ୍କିଆ ପଞ୍ଚାୟତରେ ବୋମାମାଡ଼ । ଗୋବିନ୍ଦପୁର ଗାଁର ପ୍ରଭାତ ରାଉତଙ୍କ ଘର ଉପରକୁ ବୋମା ମାଡ଼ । ଘଟଣାସ୍ଥଳରେ ପୋଲିସ ଉପରକୁ ଟେକା ପଥର ମାଡ଼ କଲେ ଢିଙ୍କିଆ ଗାଁ ଲୋକେ । ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ସ୍ବାଇଁ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।
- ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟନ୍ତ କୁମାର ଦାସଙ୍କ ଘରେ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍, ନଗଦ ୨ଲକ୍ଷ ୭୪ ହଜାର ଟଙ୍କା, ଗୋଟିଏ ୪ ଚକିଆ, ୩ଟି ୨ ଚକିଆ ଗାଡ଼ି ଜବତ ।