ଝାଡ଼ଖଣ୍ଡର ଗିରିଡ଼ିହ ଜିଲ୍ଲାରେ ଏକ ବାହାଘର ଭୋଜି ଖାଇ ଫେରିବା ବେଳେ ଗଛରେ ଧକ୍କା ଖାଇଲା କାର୍‌: ୫ ଜଣଙ୍କ ମୃତ୍ୟୁ, ୫ ଆହତ

ଗିରିଡିହ: ଝାଡ଼ଖଣ୍ଡର ଗିରିଡ଼ିହ ଜିଲ୍ଲାରେ ଏକ ବାହାଘର ଉତ୍ସବରୁ ଫେରୁଥିବା ବେଳେ ଶୁକ୍ରବାର ରାତିରେ ଗୋଟାଏ କାର୍‌ ରାସ୍ତାପାର୍ଶ୍ବରେ ଥିବା ଗଛରେ ଧକ୍କା ଖାଇବାରୁ ୫ଜଣଙ୍କର ମୃତ୍ୟୁ ଘଟିଛି ଓ ୨ଜଣ ପିଲାଙ୍କ ସମେତ ଆଉ ୫ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।

ପୁଲିସ କହିଛି, ଗିରିଡ଼ିହର ତିକୋଡ଼ିହ ଅଞ୍ଚଳରୁ ବାହାଘର ଭୋଜି ଖାଇ ଉପରୋକ୍ତ ଅତିଥିମାନେ ଗୋଟାଏ ସ୍କର୍ପିଓ କାର୍‌ରେ ଫେରୁଥିଲେ। ରାତି ପ୍ରାୟ ୩ଟା ବେଳେ ବାଘମରା ଗାଁ ନିକଟରେ ସେମାନଙ୍କ ଗାଡ଼ି ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେଲା। ଧକ୍କାର ତୀବ୍ରତା ଏଡ଼େ ଜୋର୍‌ ଥିଲା ଯେ, କାର୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ସ୍ଥାନୀୟ ଲୋକେ ଧାଇଁ ଯାଇ କାର୍‌ରେ ଥିବା ୫ଜଣ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ। କିନ୍ତୁ, ଘଟଣାସ୍ଥଳରେ ହିଁ କାର୍‌ ଆରୋହୀମାନଙ୍କର ମୃତ୍ୟୁ ଘଟିଲା।

ଗଣମାଧ୍ୟମକୁ ଗିରିଡ଼ିହ ସଦର ସବ୍‌-ଡିଭିଜିନାଲ୍‌ ପୋଲିସ ଅଫିସର୍‌ (ଏସ୍‌ଡିପିଓ) ଅନୀଲ ସିଂହ କହିଛନ୍ତି, ତିକୋଡ଼ିହରେ ଅନୁଷ୍ଠିତ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ କାର୍‌ ଆରୋହୀମାନେ ଥୋରିଆ ଗ୍ରାମରୁ ଆସିଥିଲେ।

Leave a Reply

Your email address will not be published. Required fields are marked *