ତାମିଲନାଡୁର କୁଡ୍ଡାଲୋର ଜିଲ୍ଲାର ନେଲ୍ଲିକୁପ୍ପାମ ନିକଟସ୍ଥ ପଟ୍ଟମ୍ବକ୍କମରେ ଦୁଇଟି ଘରୋଇ ବସ୍ ମଧ୍ୟରେ ଧକ୍କା: ୪ ଜଣଙ୍କ ମୃତ୍ୟୁ, ୭୦ ଆହତ

ତାମିଲନାଡୁର କୁଡ୍ଡାଲୋର ଜିଲ୍ଲାର ନେଲ୍ଲିକୁପ୍ପାମ ନିକଟସ୍ଥ ପଟ୍ଟମ୍ବକ୍କମରେ ଦୁଇଟି ଘରୋଇ ବସ୍ ମଧ୍ୟରେ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ ଜଣ ଆହତ ହୋଇଛନ୍ତି।

ଗୋଟିଏ ବସ୍ କୁଡ୍ଡାଲୋରରୁ ପନରୁତି ଅଭିମୁଖେ ଯାଉଥିବା ବେଳେ ଅନ୍ୟଟି କୁଡ୍ଡାଲୋର ଅଭିମୁଖେ ଯାଉଥିଲା। ଗୋଟିଏ ବସ୍‌ର ଆଗ ଚକ ଫାଟି ଯିବାରୁ ତାହା ଡ୍ରାଇଭରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଓ ଅନ୍ୟ ବସ୍ ସହିତ ତା’ର ମୁହାଁମୁହିଁ ଧକ୍କା ହୋଇଥିଲା। ସେହି ରାସ୍ତାରେ ଯାଉଥିବା ଲୋକେ ଆହତମାନଙ୍କୁ ଉଦ୍ଧାର କରି କୁଡ୍ଡାଲୋର ଡାକ୍ତରଖାନାକୁ ପଠାଇଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *