ବାସ୍ତବତା ସହ ସୃଜନର ସମ୍ମିଶ୍ରଣରେ ହିଁ ପୂର୍ଣ୍ଣାଙ୍ଗ ସାହିତ୍ୟ ସୃଷ୍ଟି ସମ୍ଭବ- ପ୍ରଧ୍ୟାପକ କମଳା ପ୍ରସାଦ ମହାପାତ୍ର
ଗ୍ରାମୀଣ ପରିବେଶ ଓ ଏହାର କଳା ସଂସ୍କୃତିର ଛାଇରେ କଟିଥିଲା ତାଙ୍କ ବାଲ୍ୟକାଳ । ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ଆମୋଦିତ କରିଥିଲା ଲେଖନୀ ଧରିବା ପାଇଁ। ତେବେ ସେହି ସୁସାହିତ୍ୟିକ ଜଣଙ୍କ ହେଉଛନ୍ତି ଜଗତିଂହପୁର ଜିଲ୍ଲାରେ ଜନ୍ମିତ ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ କମଳା ପ୍ରସାଦ ମହାପାତ୍ର ।
ସ୍ବତଃସ୍ପୂର୍ତ୍ତ ଭାବେ ତାଙ୍କ ମନରେ ଜନ୍ମିଥିଲା ସାହିତ୍ୟ ପ୍ରତି ଆଗ୍ରହ। ଯାହା ପରବର୍ତ୍ତୀ ସମୟରେ ରୁପାନ୍ତରିତ ହୋଇଥିଲା କଲମ,ରେଡ଼ିଓ ମାଧ୍ୟମରେ । ଉତ୍କଳ ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ପିଏଚଡ଼ି ଡ଼ିଗ୍ରୀ ହାସଲ କରିଥିବା ପ୍ରାଧ୍ୟାପକ ମହାପାତ୍ର ଓଡ଼ିଆ ଭାଷା ସାହିତ୍ୟରେ ବ୍ୟାସକବି ଫକୀରମୋହନ ସେନାପତି,ଗୋପୀନାଥ ମହାନ୍ତି,ମନୋଜ ଦାସ ପ୍ରମୁଖଙ୍କ ଲେଖାରେ ବେଶ୍ ପ୍ରେରିତ ଏହି ଲେଖକ ଜଣଙ୍କ ।
ସାହିତ୍ୟ ଏବଂ ସମାଜକୁ ନେଇ ଡ.କମଳ ପ୍ରସାଦଙ୍କ ମତରେ “ସାହିତ୍ୟ ହିଁ ସମାଜର ସ୍ପନ୍ଦନ,ସଂସ୍କାର ଓ ଦର୍ପଣ । ସାହିତ୍ୟର ପ୍ରତିଟି ସର୍ଜନାରେ ଥିବା ସଂସ୍କାର ଓ ମୂଲ୍ୟବୋଧ ଏକ ମଣିଷକୁ ସୁନାଗରିକ ରୂପେ ଗଢ଼ି ତୋଳିଥାଏ । ଯେଉଁ ସାହିତ୍ୟର ରଚନା ଅତୀତର ଫରାସୀ ରାଷ୍ଟ୍ର ବିପ୍ଳବରେ ଏକ ବୈପ୍ଲବିକ ଏବଂ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଥିଲା | ଆଜି ସେହି ସାହିତ୍ୟ ଆମ ଭାରତୀୟ ସଂସ୍କୃତିକୁ ରୁଦ୍ଧିମନ୍ତ କରୁଅଛି । କେବଳ ସେତିକି ନୁହେଁ ସାହିତ୍ୟ ଆମକୁ ଏକ ସମୟେ ନୈତିକତା ଏବଂ ନାନ୍ଦନିକତା ପ୍ରଦାନ ମଧ୍ୟ କରିଥାଏ ।”
ପ୍ରାଧ୍ୟାପକ କମଳା ପ୍ରସାଦ ମହାପାତ୍ରଙ୍କ କୃତି ବିଷୟରେ କିଛି –
ଉଦାସ ବଳୟ,ନିଶାଦ ସ୍ଵର,ଫେରନ୍ତା ଫଗୁଣ,ଏଇତ ଜୀବନ,
ଧୂସର ଦିଗନ୍ତ ଇତ୍ୟାଦି ।
ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରକୁ ଆସୁଥିବା ନବାଗତଙ୍କୁ ଲେଖକ କମଳା ପ୍ରସାଦ ଏହି ଉପଦେଶ ଦିଅନ୍ତି ଯେ “ଆମ ପିଲାଙ୍କ ପାଖେ ପ୍ରଚୁର ଜ୍ଞାନ ରହିଛି । ଲେଖିବା ପୂର୍ବରୁ ପ୍ରଚୁର ପଢନ୍ତୁ ଏବଂ ଅନୁଭୂତିକୁ ସାଉଁଟି ଲେଖନ୍ତୁ । ଯାହା ପ୍ରକୃତିସ୍ଥ ହେବ।”