ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୋଗୀଙ୍କୁ ଗୁଣବତ୍ତା ସେବା ଯୋଗାଉଛି -ଇମ୍ପାକ୍ଟ ହେଲଥ

ଏକ ସୁନ୍ଦର ଜୀବନ ପାଇଁ ଆବଶ୍ୟକ ହୋଇଥାଏ ଉତ୍ତମ ସ୍ବାସ୍ଥ୍ୟ। ଯାହାର ଯତ୍ନ ପାଇଁ ଆମକୁ ଡାକ୍ତରଙ୍କ ସଠିକ୍ ପରାମର୍ଶକୁ ଗ୍ରହଣ କରିଥାଉ। ତେବେ ଏହି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୋଗୀଙ୍କୁ ସଠିକ୍ ଦିଗ ଦେଖାଇବା ପାଇଁ ଉଦ୍ୟୋଗୀ ଅଂଶୁମାନ ସାହୁଙ୍କ ଦ୍ଵାରା ଗଢିଉଠିଛି ଇମ୍ପାକ୍ଟ ହେଲଥ୍ କଂପାନୀ। ଯାହା ବର୍ତ୍ତମାନ ଦେଶର ୨୦୦ରୁ ଅଧିକ ସହରରେ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି। ଭୁବନେଶ୍ବର ସହରରୁ ଦ୍ବାଦଶ ସାରିବା ପରେ ଦିଲ୍ଲୀରୁ ବ୍ୟବସାୟ ଏବଂ ମନସ୍ତତ୍ତ୍ୱ ବିଜ୍ଞାନରେ ସ୍ନାତୋତ୍ତର ଡିଗ୍ରୀ ହାସଲ କରିଥିବା ଅଂଶୁମାନ ପରବର୍ତ୍ତୀ ସମୟରେ କର୍ପୋରେଟ କ୍ଷେତ୍ରରେ ଚାକିରି ଆରମ୍ଭ କରିଥିଲେ। ମାତ୍ର ଛାତ୍ର ସମୟରୁ ମେଡିସିନ କ୍ଷେତ୍ରରେ କିଛି କରିବାର ଇଚ୍ଛା ତାଙ୍କୁ ଆଜି ଇମ୍ପାକ୍ଟ ହେଲଥର ପରିଚୟ ଦେଇଛି।

ଇମ୍ପାକ୍ଟ ହେଲଥ ବିଷୟରେ କିଛି-

୨୦୨୧ ମହାମାରୀ ପରେ ଅଂଶୁମାନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କରିଥିବା ପ୍ରାକ୍ ଗବେଷଣାକୁ ଆଧାର କରି ଇମ୍ପାକ୍ଟ ହେଲଥ ନାମକ ସ୍ୱାସ୍ଥ୍ୟସେବା ସଂସ୍ଥା ଗଢିଲେ। ଯାହା ବର୍ତ୍ତମାନ ୬୦+ କର୍ମଚାରୀଙ୍କୁ ନେ଼ଇ କାର୍ଯ୍ୟ କରୁଛି। ଇମ୍ପାକ୍ଟ ହେଲଥର ଅଭିଜ୍ଞ ଡ଼ାକ୍ତରଙ୍କ ମାନଙ୍କ ଦ୍ଵାରା ବିଭିନ୍ନ ଶିବିରର ଆୟୋଜନ କରାଯାଇ ପିଲାଙ୍କୁ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ମାନଙ୍କୁ ବିଭିନ୍ନ ରୋଗ ସମ୍ବନ୍ଧୀୟ ବିଷୟ ଉପରେ ମାଗଣାରେ କାଉନସେଲିଂ ଏବଂ ଟେଲି ମେଡିସିନ ସେବା ସହ ୨୪ ଘଣ୍ଟିଆ ଉତ୍ସର୍ଗୀକୃତ ଡାକ୍ତରଙ୍କ ଜରିଆରେ ଲ୍ୟାବରେ ରକ୍ତପରୀକ୍ଷା,ଓପିଡି ଭଳି ମୌଳିକ ସୁବିଧା ସହ ରୋଗୀଙ୍କୁ ସଠିକ୍ ରୋଗର କାରଣ ବିଷୟର ଅବଗତ କରାଯାଉଛି। କେବଳ ସେତିକି ନୁହେଁ ମାଗଣା ସ୍କ୍ରିନିଂ, ଏବଂ ମେଡିସିନରେ ରିହାତି ଦରରେ ରୋଗୀଙ୍କ ସେବା ଯୋଗାଉଥିବା ଏହି କମ୍ପାନୀ ବିଗତ ଦିନରେ ଆନେମିଆ ରୋଗ ଉପରେ ମଧ୍ୟ ଏହି କମ୍ପାନୀ ସଚେତନ ଶିବିର କରିଥିବା ବେଳେ ୧୫,୦୦୦ ଉର୍ଦ୍ଧ୍ବ ସ୍କୁଲ୍ ପିଲାମାନଙ୍କର ଦାନ୍ତ,ଆଖି, ମୁଖ ଆଦିର ନିଜର ଡାକ୍ତର ଟିମ୍ ଦ୍ଵାରା ପରୀକ୍ଷଣ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଇମ୍ପାକ୍ଟ ହେଲଥ୍। ସିଲିକନ୍ ଭ୍ୟାଲି,ଭିସି ଫଣ୍ଡସ୍, ଏବଂ ବିଭିନ୍ନ ସଂସ୍ଥା ଦ୍ଵାରା ଅନୁବନ୍ଧିତ ଏହି କମ୍ପାନୀ ଆଗାମୀ ଦିନରେ ନିଜର ସ୍ୱାସ୍ଥ୍ୟ ସେବାକୁ ବିଭିନ୍ନ ଗ୍ରାମୀଣ ଅଞ୍ଚଳକୁ ବୃଦ୍ଧି କରାଇବା ସହିତ ବିଭିନ୍ନ ଆଞ୍ଚଳିକ ଭାଷାରେ ଟେଲି ମେଡିସିନ ସେବା ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି ଇମ୍ପାକ୍ଟ ହେଲଥ୍ ର ପ୍ରତିଷ୍ଠାତା ଉଦ୍ୟୋଗୀ ଅଂଶୁମାନ।

Leave a Reply

Your email address will not be published. Required fields are marked *